ଓଡ଼ିଶାଲାଇଭ୍‍ ବ୍ୟୁରୋ

କୋଣାର୍କ ସୂର୍ଯ୍ୟମନ୍ଦିର ଛବିଥାଇ ଖୁବଶୀଘ୍ର ବଜାରକୁ ଆସୁଛି ନୂଆ ୧୦ଟଙ୍କିଆ ନୋଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ଧରଣର ୧୦୦ କୋଟି ଦଶଟଙ୍କିଆ ନୋଟ୍ ଛାପିସାରିଲେଣି।

ପଚାଶ ଓ ପାଞ୍ଚ ଶହ ଟଙ୍କା ନୋଟର ଚେହେରା ବଦଳିବା ପରେ ଏବେ ଦଶ ଟଙ୍କିଆ ନୋଟର ଚେହେରା ବଦଳିବ। ରିଜର୍ଭ ବ୍ୟାଙ୍କ ନୂଆ ଦଶ ଟଙ୍କିଆ ନୋଟ ଆଣୁଛି ଯାହାର ରଙ୍ଗ ଚକଲେଟ ବ୍ରାଉନ୍। କହିରଖୁ ଯେ ନୋଟ ବନ୍ଦୀ ପରେ ଆର ବି ଆଇ ୨୦୦ ଓ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରିବା ସହ ୫୦ ଓ ୫୦୦ ଟଙ୍କିଆ ନୋଟ୍‌‌ର ରଙ୍ଗ ପରିବର୍ତନ କରିଥିଲେ।

ଖବର ଅନୁସାରେ ଦଶ ଟଙ୍କା ନୋଟ ବି ମହାତ୍ମା ଗାନ୍ଧୀ ସିରିଜର ହେବ। ନୋଟ୍‍ ଉପରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚିତ୍ର ରହିବ। ଏହା ପ୍ରଥମ ଥର ପାଇଁ ହେଉଛି। ଆଗରୁ କୋଣାର୍କ ମନ୍ଦିରର କୌଣସି ଛବି ନୋଟରେ ରହି ନଥିଲା।

ଶୁଣାଯାଉଛି ରିଜର୍ଭ ବ୍ୟାଙ୍କ ୧୦୦ କୋଟି ଟଙ୍କାର ନୋଟ ଛାପି ସାରିଛନ୍ତି ଓ ଶୀଘ୍ର ଏହା ଏଟିଏମକୁ ଆସିବ। ବର୍ତ୍ତମାନ ଯେଉଁ ଦଶ ଟଙ୍କା ନୋଟ ପ୍ରଚଳିତ ଅଛି ତାହାର ଚେହେରା ୨୦୦୫ରେ ପରିବର୍ତ୍ତନ କରଯାଇଥିଲା। ଏହି ନୋଟ୍‌ର ସମ୍ମୁଖ ଭାଗରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ଥିବା ବେଳେ ପଛ ପଟକୁ ହାତୀ, ଗଣ୍ଡା ଓ ବାଘର ଏକ କୋଲ।ଜ୍ ରହିଛି। ନୂଆ ଦଶଟଙ୍କିଆ ନୋଟ୍‌ର ସଂଖ୍ୟାର ଲେଖା ବି ଅନ୍ୟ ପ୍ରକାର ହେବ।

Comment