ଓଡ଼ିଶାଲାଇଭ୍‍ ବ୍ୟୁରୋ

ଡଙ୍ଗରିଆ କନ୍ଧଙ୍କ ପାଇଁ ଖୁସିର ଦିନ। ଏହି ସମ୍ପ୍ରଦାୟର ପ୍ରଥମ ମହିଳା ଭାବେ ତିଞ୍ଜା ଜାକେସିକା ପାଇଛନ୍ତି ପାସପୋର୍ଟ। ପାସ୍‌ପୋର୍ଟ ପାଇବା ପରେ ସେ ଯିବେ ବିଦେଶ। ନିୟମଗିରି ପାହାଡ଼ରେ ବାସ କରୁଥିବା ଡଙ୍ଗରିଆ କନ୍ଧଙ୍କ ପାଇଁ ତିଞ୍ଜା ଗୌରବ ଆଣି ଦେଇଛନ୍ତି।

ଇଣ୍ଡୋନେସିଆର ବାଲିରେ ଆଦିମ ଜନଜାତିଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ମହୋତ୍ସବରେ ତାଞ୍ଜା ଯୋଗଦେବେ। ବାଲିଠାରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଥମଥର ପାଇଁ ଆଦିମ ଜନଜାତି ସମ୍ପ୍ରଦାୟ ଉପରେ ଳଚ୍ଚିତ୍ର ମହୋତ୍ସବ ଆୟୋଜନ କରାଯାଉଛି। ଏଥିରେ ଯୋଗଦେବା ପାଇଁ ତାଞ୍ଜାଙ୍କୁ ନିମନ୍ତ୍ରଣ କରାଯାଇଛି।

ତାଞ୍ଜା ଏବେ ରାୟଗଡ଼ା ଜିଲ୍ଲା  ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ସରପଞ୍ଚ ଅଛନ୍ତି। ଇଣ୍ଡୋନେସିଆ ଗସ୍ତକୁ ନେଇ ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here