ଓଡ଼ିଶାଲାଇଭ୍ ବ୍ୟୁରୋ

ଉଚ୍ଚ ରକ୍ତଚାପର ଚିକିସା ଠିକ୍ ସମୟରେ ନକଲେ ଏହାଦ୍ଵାରା ଭବିଷତରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ତଥା ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ ବୋଲି ଗବେଷକମାନେ କହିଛନ୍ତି।

ଯଦି ଉଚ୍ଚ ରକ୍ତଚାପ ସମ୍ପର୍କରେ କିଶୋର ବୟସରେ ଜଣାପଡେ ତେବେ ପ୍ରଥମେ ଏଥିପ୍ରତି ଅବହେଳା ନକରି ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି ବୋଲି ଓହିଓ ଶିଶୁ ହସ୍ପିଟାଲର ନିର୍ଦ୍ଦେଶକ ଏଲାଇନ୍ ଏମ୍.ଅରବାଇନ୍ କହିଛନ୍ତି। ଏହାଦ୍ଵାରା କିଶୋରଙ୍କ ହୃଦୟର ସାଧାରଣ କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଭାବ ପଡିଥାଏ। ଫଳରେ ଶରୀରର ସମସ୍ତ ଅଙ୍ଗକୁ ଆବଶ୍ୟକ ପରିମାଣର ସ୍ଵଚ୍ଛ ରକ୍ତ ପହଞ୍ଚିପାରି ନଥାଏ। ଆବଶ୍ୟକ ପରିମାଣ ରକ୍ତର ଅଭାବରେ ମସ୍ତିଷ୍କାଘାତ ଭଳି ରୋଗର ଆଶଙ୍କା ଥାଏ।

ହାର୍ଟ ଆସୋସିଏସନ୍ ଓ ଉଚ୍ଚ ରକ୍ତଚାପ ପରିଷଦ ପକ୍ଷରୁ କରାଯାଇଥବା ଏକ ଚିକିତ୍ସା ଜଣାପଡିଛି ଯେ, ୧୪ରୁ ୧୭ବୟସ୍କ କିଶୋର ଉଚ୍ଚ ରକ୍ତଚାପ ଯୋଗୁ ଅଧକ କ୍ଷତିଗ୍ରସ୍ତ ହୋଇଥାନ୍ତି। ସେହିପରି ମଧ୍ୟମ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପ୍ରଭାବ ରହିଥାଏ ବୋଲି ଗବେଷକ କହିଛନ୍ତି।

1 COMMENT

Comment