ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରା ଘୋଟାଲାରେ ବିହାରର ଭେଟେରାନ୍ ରାଜନେତା ଲାଲୁପ୍ରସାଦ ଯାଦବଙ୍କୁ ସାଢ଼େ ୩ ବର୍ଷ ଜେଲ୍ ହୋଇଛି। ଏହି ଦଣ୍ଡାଦେଶ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଛି। ଜାଣନ୍ତୁ ଲାଲୁଙ୍କ ସମ୍ପର୍କରେ କିଏ କ’ଣ କହିଛନ୍ତି…
-“ବିହାରବାସୀ ଶେଷରେ ନ୍ୟାୟ ପାଇଛନ୍ତି। ସମସ୍ତଙ୍କ ପାଇଁ ନ୍ୟାୟ ସମାନ। ଆଇନ୍ରୁ କେହି ଊର୍ଦ୍ଧ୍ବରେ ନୁହନ୍ତି – ଲାଲୁଙ୍କୁ ଦଣ୍ଡାଦେଶ ମିଳିବା ପରେ ଏହି ବାର୍ତ୍ତା ସ୍ପଷ୍ଟ ହୋଇଛି”, କହିଛନ୍ତି ବିଜେପି ନେତା ଶାହାନାଓ୍ବାଜ ହୁସେନ୍।
-ଲାଲୁ ଯାଦବଙ୍କୁ ସଜା ଶୁଣାଯିବା ପରେ ତେଜସ୍ବୀ ଯାଦବ ଶକ୍ତି ପ୍ରଦର୍ଶନ କରିଛନ୍ତି। ଦଳର ନେତାଙ୍କୁ ଏକାଠି କରି କେନ୍ଦ୍ରର ବିଜେପି ସରକାର ଉପରେ ହମ୍ଲା କରିଛନ୍ତି। କହିଛନ୍ତି, ବିହାରବାସୀଙ୍କ ହୃଦୟରେ ଲାଲୁ ରହିଛନ୍ତି। ଜେଲ୍ରେ ଥିବା ବେଳେ ଲାଲୁ ଯେଉଁ ଚିଠି ଲେଖିଥିଲେ ତାହାକୁ ଗାଁ ଗାଁରେ ବଣ୍ଟାଯିବ।
-ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କହିଛନ୍ତି, “ଲାଲୁଙ୍କୁ ଜେଲ୍ରେ ଭିଆଇପି ସୁବିଧା ଦିଆଯାଉଛି। ବିଗତ ଦିନରେ ସେ ଜେଲ୍ରେ ଥିବା ବେଳେ ଏହା ଦେଖିବାକୁ ମିଳିଥିଲା। ଲାଲୁ ଥିବା ବେଳେ ଜେଲ୍ ଗେଷ୍ଟହାଉସ୍ରେ ପରିଣତ ହୋଇଯାଇଥିଲା।”
-ତେଜପ୍ରତାପ ଯାଦବ କହିଛନ୍ତି, “କୋର୍ଟ ଉପରେ ଆମର ଭରସା ରହିଛି। ଲାଲୁ ଯାଦବଙ୍କୁ ଖୁବଶିଘ୍ର ଜାମିନ୍ ମିଳିବ। ସାମନ୍ତବାଦୀ ଶକ୍ତିକୁ ଆମେ ଭୟ କରୁନାହୁଁ। ସାମନ୍ତବାଦୀ ଶକ୍ତି ବିରୋଧରେ ଆମେ ଲଢ଼େଇ ଜାରି ରଖିବୁ।”


















