ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି ଝାରଖଣ୍ଡ ହାଇକୋର୍ଟ। ଲାଲୁ ଯାଦବଙ୍କୁ ୧୦ ଲକ୍ଷ ଟଙ୍କା ଜୋରିମାନା ଏବଂ ୧ ଲକ୍ଷ ଟଙ୍କାର ବେଲ୍ ବଣ୍ଡ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ କୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିବା ଲାଲୁଙ୍କ ଓକିଲ କହିଛନ୍ତି। 

ଗତ ଫେବ୍ରୁଆରି ୨୧ ତାରିଖରେ ସିବିଆଇର ସ୍ଵତନ୍ତ୍ର କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ବେଲ୍‌ ମିଳିବା ପରେ ଖୁବ୍ ଶୀଘ୍ର ଲାଲୁ ଜେଲରୁ ମୁକୁଳିପାରନ୍ତି ବୋଲି ତାଙ୍କ ଦଳୀୟ ନେତାମାନେ ଆଶା ବାନ୍ଧିଛନ୍ତି।

Tags: #LaluPrasadYadav #Jail #Bail #FormerCM

Comment