ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ସ୍ମାର୍ଟ ଯୁଗରେ ସ୍ମାର୍ଟ ଯୋତା ଠାରୁ ଆରମ୍ଭ କରି ସ୍ମାର୍ଟ କଲମ ବି ଉଦ୍ଭାବନ ହେଲାଣି। ଖୁବଶିଘ୍ର ସ୍ମାର୍ଟଚଷମା ଏହି  ରେସରେ ଯୋଡି ହେବାକୁ ଯାଉଛି।

ଆଜିର ସ୍ମାର୍ଟ ଯୁଗରେ ସ୍ମାର୍ଟ ଯୋତାଠାରୁ ଆରମ୍ଭକରି ସ୍ମାର୍ଟ କଲମ ବି ଉଦ୍ଭାବନ ହେଲାଣି। ଫଟୋ ଉଠାଇବାଠାରୁ ଆରମ୍ଭକରି ଭିଡିଓ ରେକର୍ଡିଂ ସବୁ ହାତପାହାନ୍ତାରେ ହୋଇଯାଉଛି। ତା’ ସାଙ୍ଗକୁ ସେଲ୍ଫି ନିଶା ସାରା ଏବେ ବିଶ୍ଵରେ ବ୍ୟାପି ଯାଇଛି। ସୋସିଆଲ୍ ମିଡିଆର କ୍ରେଜ୍ ଭିତରେ ସମସ୍ତଙ୍କ ନଜର ଥାଏ କେମିତି ଚଟାପଟ୍ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଛାଡି ହେବ। ବର୍ତ୍ତମାନ ତାହା ଆହୁରି ସହଜ ହେବାକୁ ଯାଉଛି। ଖୁବଶିଘ୍ର ସ୍ମାର୍ଟଚଷମା ରେସରେ ଏହି ଯୋଡି ହେବାକୁ ଯାଉଛି।

ସ୍ମାର୍ଟ ଚଷମାର ବିଶେଷତ୍ଵ ହେଉଛି ଏହା ଭିଡିଓ ରେକର୍ଡିଂ କରିବା ସହ ତାକୁ ଆପଣଙ୍କ ଫେସବୁକ ଅପଲୋଡ୍ ମଧ୍ୟ କରିଦେବାର କ୍ଷମତା ରଖିଛି। ଏସସିଇ ଆଇଓୟାର୍ ନାମକ ଏହି ଚଷମା ଜରିଆରେ ଫେସବୁକ୍, ସ୍ନାପଚାର୍ଟ, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଆଦିରେ ଉଭୟ ଭିଡିଓ ଏବଂ ଫଟୋ ମଧ୍ୟ ପୋଷ୍ଟ କରାଯାଇପାରିବ। ତେବେ ଏହି ସ୍ଵତନ୍ତ୍ର ସନଗ୍ଲାସଟିର ନିର୍ମାତା ହେଉଛି ଆକ୍ଟନ୍ ନାମ କମ୍ପାନି। ଏହି ଚଷମାଟିରେ ୮ ମେଗାଫିକ୍ସଲ୍ କ୍ୟାମେରା ଦିଆଯାଇଛି, ଯାହାକି ଏଚ୍ଡି ଫର୍ମାଟରେ ଭିଡିଓ ରେକର୍ଡିଂ କରିପାରିବ। ସେହିପରି କ୍ୟାମେରାରେ ଓ୍ବାଇଣ୍ଡ୍ ଆଗେଲ୍ ରହିଛି ୧୨୦ ଡିଗ୍ରୀ। ଚଷମାର ବାମ ପାଖର ଠିକ୍ ଉପରି ଭାଗରେ ରେକର୍ଡିଂ ଅନ୍ କରିବାର ସୁଇଚ୍ ମଧ୍ୟ ଦିଆଯାଇଛି।

କମ୍ପାନି ଦାବି କରିଛି କି, ଏଥିରେ ବ୍ୟବହୃତ ହୋଇଥିବା ବ୍ୟାଟେରୀରେ ପାଖାପାଖି ଦେଢ ଘଣ୍ଟା କାଳ ଲଗାତାର ଭାବରେ ରେକର୍ଡିଂ କରିବାର କ୍ଷମତା ରହିଛି।  ସେହିପରି ଏଥିରେ ୪ଜିବି ଷ୍ଟୋରେଜ୍ ରହିଥିବାବେଳେ ଚଷମାଟି ଉଭୟ ଡଷ୍ଟ ଏବଂ ଓ୍ବାଟରଫ୍ରୁଫ୍ । ଏହି ସ୍ମାର୍ଟ ସନଗ୍ଲାସର ମୂଲ୍ୟ ୯୯ଡଲାର୍ ଅର୍ଥାତ୍ ୬,୨୭୨ଟଙ୍କା।

 

Comment