ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାୟ ଲୋକ ନିଜ କେଶରେ ତେଲ ଲଗାଇବାକୁ ପସନ୍ଦ କରି ନଥା’ନ୍ତି। କିନ୍ତୁ, କେଶରେ ତେଲ ନ ଲଗାଇବା ଫଳରେ କେଶ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଥାଏ। 

କେଶରେ ତେଲ ଲଗାଇବା ଫଳରେ କେଶର ମୂଳ ମଜବୁତ୍‌ ହେବା ସହ ରକ୍ତ ସଞ୍ଚାଳନ ଭଲ ହୋଇଥାଏ।

ପ୍ରତିଦିନ କେଶରେ ତେଲ ମାଲିସ କରିବା ଫଳରେ କେଶ ବୃଦ୍ଧି ହେବା ସହ କେଶ ଘନ ଓ କଳା ହୋଇଥାଏ।

କେଶରେ ଉଷୁମ୍‌ ତେଲ ମାଲିସ କଲେ କେଶ ସୁସ୍ଥ ରହିଥାଏ। ସପ୍ତାହକୁ ଥରେ ଏପରି କଲେ କେଶରୁ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ।

କେଶରେ ତେଲ ଲଗାଇବା ବେଳେ ପ୍ରଥମେ କେଶର ମୂଳରେ ତେଲ ମାଲିସ କରନ୍ତୁ ପରେ ତେଲକୁ କେଶରେ ଲଗାନ୍ତୁ।

ଏହାପରେ ଏକ ପାନିଆରେ କେଶକୁ ଭଲ ଭାବରେ କୁଣ୍ଡାଇ ଦିଅନ୍ତୁ। ଏହାପରେ ଏକ ଗରମ ତଉଲିଆରେ କେଶକୁ ବାନ୍ଧି ଦିଅନ୍ତୁ। ଏହା କରିବା ଫଳରେ କେଶର ମୂଳରେ ତେଲ ଶୋଷି ହୋଇ କେଶ ନରମ ହୋଇଥାଏ।

ପ୍ରାୟ ଲୋକେ କେଶରେ ତେଲ ଲଗାଇବାକୁ ପସନ୍ଦ କରି ନଥା’ନ୍ତି। ଏଥିପାଇଁ ସେମାନେ ସାମ୍ପୁ କରିବାର ପୂର୍ବ ଦିନ ରାତିରୁ ତେଲ ଲଗାଇଥା’ନ୍ତି। ସାମ୍ପୁ କରିବାର ୨୦ରୁ ୩୦ ମିନିଟ୍‌ ପୂର୍ବରୁ ବି ଆପଣ ତେଲ ଲଗାଇ ପାରିବେ।

ଆପଣ କେଶରେ ନଡ଼ିଆ ତେଲ, ଅଲିଭ୍‌ ତେଲ, ବାଦାମ ତେଲ, ରାଶି ତେଲ ଲଗାଇ ପାରିବେ।

Comment