ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ହିନ୍ଦୀ ସିନେମାର ପ୍ରଥମ ମହିଳା ଷ୍ଟଣ୍ଟ ନାଡିଆଙ୍କ ଜନ୍ମଦିନ। ଏହି ଅବସରରେ ଗୁଗୁଲ ଡୁଡୁଲ ମାଧ୍ୟମରେ ନାଡିଆଙ୍କୁ ଜଣାଇଛଇ ଶ୍ରଦ୍ଧାଞ୍ଜଳି
ହିନ୍ଦୀ ସିନେମାରେ ପ୍ରଥମ ମହିଳା ଷ୍ଟଣ୍ଟ ‘ଫିୟରଲେସ୍’ ନାଡିଆଙ୍କ ଜନ୍ମଦିନ ଅବସରରେ ଗୁଗୁଲ ପକ୍ଷରୁ ତାଙ୍କୁ ସ୍ମରଣ କରାଯାଇଛି।ଏହି ଡୁଡଲରେ ନାଡିଆଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଗୁଗୁଲ କର୍ମଚାରୀ।
ନାଡିଆଙ୍କ ପ୍ରକୃତ ନାମ ଥିଲା ମେରି ଏନ ଇଂକ୍ସ। ପୁରୁଣା ବର୍ଷର ସେ ଥିଲେ ଜଣେ ଲୋକପ୍ରିୟ ଅଭିନେତ୍ରୀ।ଚାଲୁଥିବା ଟ୍ରେନରୁ ତଳକୁ ଡ଼ି଼ଆଁ ମାରିବା ହେଉ କି ଝରଣା ଉପରୁ କୁଦା ମାରିବା ହେଉ କିମ୍ବା ଘୋଡ଼ା ସବାର କରିବା ହେଉ, ନାଡିଆ ଏଥିରେ ଅତ୍ୟନ୍ତ ସୁନ୍ଦର ଭାବରେ ଅଭିନୟ କରୁଥିଲେ।
ସବୁଠାରୁ ସ୍ମରଣୀୟ ଅଭିନୟ ଥିଲା ଯେତେବେଳେ ସେ ହଣ୍ଟର ବାଲି ଭୂମିକାରେ ଅଭିନୟ କରିଥିଲେ।ଏପରିକି ବାଘ ସହିତ ଷ୍ଟଣ୍ଟ କରିବା ପାଇଁ ସେ ପଛାଉ ନଥିଲେ।ବଡ଼ କଥା ହେଉଛି ସେ ନିଜେ ଏହି ସବୁ ଷ୍ଟଣ୍ଟ କରୁଥିଲେ।ଏଣୁ ତାଙ୍କୁ କୁହାଯାଉଥିଲା ଫିୟରଲେସ୍।
ନାଡିଆଙ୍କ ଜନ୍ମ ଅଷ୍ଟ୍ରେଲିଆରେ। ୫ ବର୍ଷ ବୟସରେ ସେ ଭାରତ ପଳାଇ ଆସିଥିଲେ। ଖୁବ୍ କମ୍ ବୟସରୁ ହିଁ ସେ ଘୋଡ଼ା ସବାର, ଜିମ୍ନାଷ୍ଟିକ୍, ବେଲେ ଡ୍ୟାନ୍ସ ଏବଂ ଅନ୍ୟ ବହୁ ରକମର ଅଭିନୟରେ ପାରଦର୍ଶିତା ହାସଲ କରିଥିଲେ।ପରେ ସେ ସର୍କସରେ ମିଶି ଥିଲେ। ଏଥି ସହିତ ସେ ଭାରତ ପୂରା ବୁଲିଥିଲେ। ଏହି ସମୟରୁ ହିଁ ସେ ତାଙ୍କ ନାମ ବଦଳାଇ ନାଡିଆ ରଖିଲେ।
ସର୍କସରେ ତାଙ୍କ ଚମତ୍କାର ଅଭିନୟ ଦେଖି ପ୍ରଯୋଜକ ଜମସେନ୍ ହୋମି ୱାଡିଆ ପ୍ରଭାବିତ ହୋଇ ନାଡିଆଙ୍କୁ ଫିଲ୍ମ ଜଗତକୁ ଆଣିଲେ। ପରେ ଦୁହେଁ ବିବାହ କରିଥିଲେ। ନାଡିଆ ୧୯୩୫ରେ ପ୍ରଥମେ ‘ହଣ୍ଟରବାଲି ‘ ଫିଲ୍ମରେ ଅଭିନୟ କରିଥିଲେ।ବହୁ ଷ୍ଟଣ୍ଟ କରି ନାମ କମେଇ ଥିବା ନାଡିଆଙ୍କୁ ୧୯୬୧ରେ ଶେଷ ଥର ପାଇଁ ରୁପେଲି ପରଦାରେ ଦେଖିବାକୁ ମିଳିଥିଲା। ଫିଲ୍ମ ରେଙ୍ଗୁନର ମିସ୍ ଜୁଲିଆ ଭୂମିକାରେ ଅଭିନୟ କରିଥିବା କଙ୍ଗ୍ନା ରଣାୱତ ଏହି ନାଡିଆଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି କୁହାଯାଏ।








ଆଜି ହେଉଛି ହିନ୍ଦୀ ସିନେମାର ପ୍ରଥମ ମହିଳା ଷ୍ଟଣ୍ଟ ନାଡିଆଙ୍କ ଜନ୍ମଦିନ। ଏହି ଅବସରରେ ଗୁଗୁଲ ଡୁଡୁଲ ମାଧ୍ୟମରେ ନାଡିଆଙ୍କୁ ଜଣାଇଛଇ ଶ୍ରଦ୍ଧାଞ୍ଜଳି





