ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ଫଙ୍କ ଘରେ ନିଆଁ। ନ୍ୟୁୟର୍କ ମେନହଟ୍ଟନସ୍ଥିତ ଟ୍ରମ୍ଫ୍ ଟାଓ୍ବାରରେ ନିଆଁ ଲାଗିଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଡୋନାଲ୍ ଟ୍ରମ୍ଫଙ୍କ ଏହା ଦ୍ଵିତୀୟ ବାସଭବନ। ହ୍ଗାଇଟହାଉସ୍ ଟ୍ରମ୍ଫଙ୍କର ସରକାରୀ ବାସଭବନ ହୋଇଥବାବେଳେ ଏହା ତାଙ୍କର ନିଜ ବାସଗୃହ। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି। ଟ୍ରମ୍ଫ ଟାଓ୍ବାରରେ ଥବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଟ୍ରମ୍ଫ ଟାଓ୍ବାରରେ ନିଆଁ ଲାଗିବା ପରେ ସଙ୍ଗେ ସଙ୍ଗେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା। ଅଗ୍ନିଶମ ବିଭାଗର କହିବା ଅନୁଯାୟୀ, ଟ୍ରମ୍ଫ ଟାଓ୍ବାରର ଛାତରେ ଥିବା ଏକ ଇଲେଟ୍ରିକ୍ ବସରେ ପ୍ରଥମେ ନିଆଁ

ଲାଗିଥିଲା ପରେ ଏହା ଅନ୍ୟ ଆଡକୁ ବ୍ୟାପିଥିଲା। ଟ୍ରମ୍ଫ ଟାଓ୍ବାରରେ ୨୭ଟି କମର୍ସିଆଲ୍ ଫ୍ଲୋର୍ ଥିବାବେଳେ ଏଠାରେ ଟ୍ରମ୍ଫ ଅର୍ଗାନାଇଜେସନର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ରହିଛି। ତେବେ କୌଣସି କାର୍ଯ୍ୟରେ ଓ୍ବାସିଂଟନ୍ ଡିସିରେ ଥବାରୁ ଟ୍ରମ୍ଫ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Comment