ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରର ମୋକମାରେ ପାଟଣା-ମୋକାମା ପାସେଞ୍ଜର ଟ୍ରେନରେ ନିଆଁ ଲାଗିଯାଇଛି। ଗତକାଲି ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୬ଟି ବଗି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଏହି ଫାଷ୍ଟ୍ ପାସେଞ୍ଜରର ଦୁଇଟି ଇଞ୍ଜିନ୍ ମଧ୍ୟ ଜଳିପୋଡି ନଷ୍ଟ ହୋଇଯାଇଛି। ନିଆଁ ଲିଭାଳି ଦଳ ବହୁ କଷ୍ଟ କରି ନିଆଁକୁ ଆୟତ କରିଥିଲେ। ତେବେ ଏହି ଘଟଣାରେ କୌଣସି ମୃତାହତ ସୂଚନା ମିଳିପାରିନାହିଁ।
ଟ୍ରେନଟି ଷ୍ଟେସନରେ ଠିଆ ହୋଇଥିବାବେଳେ ହଠାତ୍ ମଝାମଝି ଅଂଶରେ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ୬ଟି ବଗିକୁ ନିଆଁ ମାଡିଗଲା। ଫଳରେ ସମସ୍ତ ୬ଟି ଯାକ ବଗି ଜଳିପୋଡି ପାଉଁଶ ହୋଇଯାଇଥିଲା। ସର୍ଟ ସର୍କିଟ୍ ଯୋଗୁଁ ଟେନରେ ନିଆଁ ଲାଗିଯାଇଥିଲା ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ତେବେ ନିଆଁ ଆୟତ କରିବାରେ ବିଳମ୍ବ ଯୋଗୁ କ୍ଷତି ବଢିଲା ବୋଲି ଅଭିଯୋଗ ହୋଇଛି।


















