ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ମହିଳା ନିର୍ଯାତନା ଆଇନ୍ ଏତେ କଡାକଡି ହୋଇଯାଇଛି ଯେ, ପତିପତ୍ନୀଙ୍କ ମଧ୍ୟରେ ଛୋଟଛୋଟ ଝଗଡା ଘଟିଲେ ଜଣେ ମହିଳା ନିଜ ସ୍ଵାମୀଙ୍କୁ ଥାନାକୁ ଯିବା ଭଳି ଧମକ ଦେବା ଘଟଣା ସାଧାରଣ ହୋଇଗଲାଣି।  ପରିସ୍ଥିତି ଟିକେ ଜଟିଳ ହେଲେ, ବିନା ଦ୍ଵିଧାରେ ଥାନା କବାଟ ଠକଠକ୍ କରିବାକୁ ଆଦୌ ପଛାଉ ନାହାନ୍ତି ଆଜିକାଲିର ମହିଳା। ଦୋଷ ନଥାଇ ବି ଜଣେ ପୁରୁଷ ହାଜତକୁ ଟାଣି ହୋଇଯାଉଛି। ତେଣୁ ପୁରୁଷମାନେ ପୁରୁଷ ନିର୍ଯାତନା ଆଇନ୍ ପାଇଁ ଯୁକ୍ତି ବାଢିଛନ୍ତି।

ଯୌନ ଉତ୍ପୀଡନ, କଳହ ଓ ନିର୍ଯାତନା ମାମଲାରେ ମହିଳାଙ୍କୁ ଦୋଷୀ ଭାବେ ନିଆଯିବା ଜରୁରୀ ହୋଇପଡିଛି। ଗୁରୁବାର ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ କେସ୍ ମୁତାବକ ପୁରୁଷଙ୍କ ଭଳି ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ଏମିତି ପ୍ରାବଧାନ କରାଯାଉ ଯଦ୍ଵାରା ପୁରୁଷଙ୍କୁ ନିର୍ଯାତନା ଦେଉଥିବା ମହିଳାମାନେ ମଧ୍ୟ ଦଣ୍ଡ ପାଇବାର ବ୍ୟବସ୍ଥା ଥିବ।

ବର୍ତ୍ତମାନ ଯେଉଁ ଆଇନ ରହିଛି ଯଦି ପୁରୁଷ ଏଭଳି ମାମଲାରେ ମହିଳାଙ୍କ ବିରୋଧରେ କୌଣସି ମାମଲା କରାଯାଉଛି, ତେବେ ସେ ବିନା କୌଣସି ଦଣ୍ଡରେ ଅକ୍ଲେସରେ ଜେଲରୁ ମୁକୁଳି ଯାଇପାରିବ। ୧୫୮ବର୍ଷ ପୁରୁଣା ଏହି ଆଇନ୍ ମୁତାବକ ଏମିତି ଅପରାଧ କେବଳ ଜଣେ ପୁରୁଷ ହିଁ କରିପାରେ। ବର୍ତ୍ତମାନ ଏହି ଆଇନରେ ପରିବର୍ତ୍ତନ ନିହାତି ଆବଶ୍ୟକ ହୋଇପଡିଛି। କାରଣ ଦିନକୁ ଦିନ ପୁରୁଷ ନିର୍ଯାତନା ମାମଲା ସଂଖ୍ୟାରେ ବୃଦ୍ଧି ଘଟୁଛି। ବ୍ୟଭିଚାର ଆଇନରେ ପରିବର୍ତ୍ତନ କରାଯିବା ସହ ଲୈଙ୍ଗିକ ଆଧାରରେ ନିଷ୍ପତ୍ତି ନିଆଯିବା ଉଚିତ୍। ସମାଧାନ କୌଣସି ପକ୍ଷ ନେଇ କରାଯିବା ଅନୁଚିତ।

ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଋଷି ମାଲହୋତ୍ରା। ସେ ଆରୋପ ଲଗାଇ କହିଛନ୍ତି ଅପରାଧରେ କୌଣସି ଲିଙ୍ଗ ଭେଦଭାବ ନଥାଏ। ତେଣୁ ଆଇନକାନୁନରେ ବି ସମାନ ନିୟମ ଲାଗୁ ହେବା ଜରୁରୀ। ଋଷିଙ୍କ କହିବା ଅନୁଯାୟୀ ଅପରାଧୀ ଓ ଅପରାଧ କରୁଥିବା ବ୍ୟକ୍ତି ମଧ୍ୟରେ କୌଣସି ଫରକ ନାହିଁ। ତେଣୁ ଉଭୟଙ୍କୁ ସମାନ ଦଣ୍ଡ ପାଇବା ଜରୁରୀ। ଯେଉଁ କାରଣରୁ ପୁରୁଷ ଅପରାଧ କରିଥାଏ ସମାନ ପରିସ୍ଥିତିରେ ଜଣେ ମହିଳା ବି ଉକ୍ତ ଅପରାଧ କରିବାର ନଜିର ଅଛି।

ନିକଟରେ ହୋଇଥିବା ଏକ ସର୍ଭରେୁ ଜଣାପଡିଛି ଯେ, ୨୨୨ ଭାରତୀୟ ପୁରୁଷଙ୍କ ମଧ୍ୟରେ ୧୬ ପ୍ରତିଶତ ପୁରୁଷ ଏମିତି ଥାନ୍ତି, ଯେଉଁମାନଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରାଯାଏ। ସେ ଆହୁରି ମଧ୍ୟ କହିଛନ୍ତି ମହିଳାଙ୍କୁ ଅସଦାଚରଣ ମାମଲାରେ ଅନେକ ଆଇନକାନୁନ ରହିଛି ସେହିଭଳି ପୁରୁଷମାନେ ମଧ୍ୟ ଅସଦାଚରଣର ଶିକାର ହୋଇଥାନ୍ତି। ଅଥଚ ଏହି ମାମଲାରେ ମହିଳାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ।

ଯାଚିକାରେ କୁହାଯାଇଛି କି ଅସଦାଚରଣ ମାମଲାରେ ବୟସ, ସ୍ଥାନ ଓ ଲିଙ୍ଗଗତ ଭେଦଭାବ ସୀମା ଲଂଘିଛି। ଆଜିକାଲି ପୁରୁଷମାନେ ଅନେକ ନିର୍ଯାତନାର ଶିକାର ହେଉଛନ୍ତି। ଏଥିପାଇଁ ଆଗକୁ ଯଦି ଲୈଙ୍ଗିକ ଭେଦଭାବ ଯେମିତି ନରୁହେ ଏମିତି ଏକ ଆଇନ ପ୍ରସ୍ତୁତ କରିବା ନିହାତି ଜରୁରୀ ହୋଇପଡିଛି।

Comment