ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୮ କିଲୋମିଟର ରୋଡ୍ ସୋ’ ରେ ସାମିଲ୍ ହେଲେ ପ୍ରଧାନମନ୍ତ୍ରୀ ମୋଦି ଓ ନେତାନ୍ୟାହୁ ଦମ୍ପତି
  • ରାସ୍ତା ମଧ୍ୟରେ ପ୍ରସ୍ତୁତ ହୋଇଥିଲା ୫୦ଟି ମଞ୍ଚ
  • ମହାତ୍ମା ଗାନ୍ଧିଙ୍କ ଚର୍ଖାକୁ ଚଲାଇବା ସହ ଗୁଡି ମଧ୍ୟ ଉଡାଇଥିଲେ ନେତାନ୍ୟାହୁ ଦମ୍ପତି।

ଗୁଜୁରାଟରେ ଆରମ୍ଭ ହୋଇଛି ବନ୍ଧୁତ୍ଵ ରୋଡ୍ ସୋ’ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ସହ ରୋଡ୍ ସୋ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜୁରାଟରେ ପହଞ୍ଚିବା ପରେ ନେତାନ୍ୟାହୁଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ପରେ ଉଭୟ ନେତା ପ୍ରାୟ ୮ କିଲୋମିଟର ରୋଡ୍ ସୋ’ ରେ ସାମିଲ୍ ହୋଇଛନ୍ତି।

ବିମାନବନ୍ଦରଠାରୁ ଆରମ୍ଭ ହୋଇ ସାବରମତୀ ଆଶ୍ରମ ପାଖରେ ଶେଷ ହୋଇଛି ଏହି ବିଶାଳ ରୋଡ୍ ସୋ। ଏହି ରାସ୍ତା ମଧ୍ୟରେ ପ୍ରସ୍ତୁତ ହୋଇଥିଲା ୫୦ଟି ମଞ୍ଚ। ବିଭିନ୍ନ ରାଜ୍ୟ ଓ ଜାତୀୟ ସଙ୍ଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ।

ରୋଡ୍ ସୋ’ ପରେ ମୋଦିଙ୍କ ସହ ନେତାନ୍ୟାହୁ ଦମ୍ପତି ସାବରମତି ଆଶ୍ରମ ପରିଦର୍ଶନ କରିଛନ୍ତି। ଆଶ୍ରମ ବୁଲିବା ଅବସରରେ ମହାତ୍ମା ଗାନ୍ଧିଙ୍କ ଚର୍ଖାକୁ ଚଲାଇ ଥିଲେ ନେତାନ୍ୟାହୁ ଦମ୍ପତି। ଏହାସହ ଗୁଡି ମଧ୍ୟ ଉଡାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର ବିଭିନ୍ନ ସାଂସ୍କୃତିକ ଐତିହ୍ୟ ବାବଦରେ ନେତାନ୍ୟାହୁ ଦମ୍ପତିଙ୍କୁ ଅବଗତ କରାଇଥିଲେ।

ନିଜ ୬ ଦିବସୀୟ ଯାତ୍ରାର ତୃତୀୟ ଦିନରେ ଗତକାଲି ପ୍ରେମର ପ୍ରତୀକ ତାଜମହଲ ବୁଲିଥିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।

Comment