ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁବାଦବିବାଦ ପରେ ଶେଷରେ ‘ପଦ୍ମାବତ୍’ ଚଳଚ୍ଚିତ୍ରକୁ ମିଳିଛି ଗ୍ରୀନ୍ ସିଗନାଲ୍। ଚଳଚ୍ଚିତ୍ରକୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ଵସ୍ତି। ୪ଟି ରାଜ୍ୟରେ ଫିଲ୍ମ ରିଲିଜ୍ କରାଇନଦେବା ପାଇଁ ସେଠାକାର ସରକାର ନେଇଥିବା ନିଷ୍ପତ୍ତି ଅସାମ୍ବିଧାନିକ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ।

ରାଜସ୍ଥାନ, ଗୁଜୁରାଟ, ହରିୟାଣା ଓ ପଞ୍ଜାବ ରାଜ୍ୟ ପକ୍ଷରୁ ‘ପଦ୍ମାବତ୍’ ଫିଲ୍ମକୁ ନିଜ ରାଜ୍ୟରେ ରିଲିଜ୍ ନକରାଇଦେବା ପାଇଁ ସରକାରଙ୍କ ପକ୍ଷରୁ ଆଦେଶ ଦିଆଯାଇଥିଲା।

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ବ୍ୟାନ୍ ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପକ୍ଷରୁ ଫିଲ୍ମକୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି। ଫଳରେ ଆସନ୍ତା ୨୫ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ।

‘ପଦ୍ମାବତ୍’ରେ ଇତିହାସର ବିକୃତୀକରଣ କରାଯାଇଛି ଏବଂ ଏହାଦ୍ଵାରା ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବ୍ୟାଘାତ ଆଶଙ୍କା କରି ଫିଲ୍ମ ରିଲିଜ୍ ହେବାକୁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଫିଲ୍ମଟିକୁ ସାରା ଦେଶରେ ବିଭିନ୍ନ ରାଜପୁତ୍ ଗୋଷ୍ଠୀ ବିରୋଧ କରିଆସୁଛନ୍ତି। ନିର୍ଦ୍ଦିଷ୍ଟ ଭାବେ କରଣୀ ସେନା ଏହାର ତୀବ୍ର ବିରୋଧ କରିଛି। ତେବେ ସେନ୍ସର୍ ବୋର୍ଡ ପରାମର୍ଶରେ କିଛି ଦୃଶ୍ୟକୁ ହଟାଯିବା ସହ ଏହାର ନାମକରଣ ‘ପଦ୍ମାବତୀ’ରୁ ‘ପଦ୍ମାବତ୍’କୁ ପରିବର୍ତ୍ତନ ହେବାପରେ ମଧ୍ୟ ସଙ୍କଟ ଲାଗିରହିଛି।

LEAVE A REPLY

Please enter your comment!
Please enter your name here