ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରୁ ରାଇରଙ୍ଗପୁର ଯାଉଥିବା ଏକ ଘରୋଇ ବସ୍‌ ପଡ଼ିଆବାହାଲ ନିକଟସ୍ଥ ଗୌଡ଼ପାଲୀ ପୋଲରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ୪ ଜଣ ପ୍ରାଣ ହରାଇଛନ୍ତି।

ମଙ୍ଗଳବାର ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୩୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ଓ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରାତି ପ୍ରାୟ ୧୧ଟାରେ ସମ୍ବଲପୁରରୁ ରାଇରଂଗପୁର ଯାଉଥିବା ମା’ ବୈଷ୍ଣୋଦେବୀ ନାମକ ଯାତ୍ରୀବାହୀ ବସ୍ (ଓଡ଼ି ୧୫ଏଫ୍-୯୦୧୧) ଏଠାରୁ ପ୍ରାୟ ୨୨ କିଲୋମିଟର ଦୂର ପଡ଼ିଆବାହାଲ ନିକଟ ମାଳତୀ ଯୋର ବ୍ରିଜ୍ ଉପରୁ ୩୦ ଫୁଟ୍ ତଳକୁ ଖସି ପଡ଼ିଛି। ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି ।

କିଛି ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ମୃତକମାନେ ହେଲେ ବରଗଡ଼ ଜିଲ୍ଲା ବିଜେପୁର ଖରମୁଣ୍ଡା ଗାଁର ରଂଜନ ମେହେର, କେନ୍ଦୁଝରର ଗୋପାଳ ଚନ୍ଦ୍ର ମହାନ୍ତ, ପୁରୀର ସରୋଜ ରାଉତରାୟ ଏବଂ ବୁର୍ଲା ବୋର୍ଡ କଲୋନିର ଦିଲୀପ ସାହୁ (୫୮) । ବୁର୍ଲା ବଡ଼ ଡାକ୍ତରଖାନାରେ ୧୭ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲାବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ପ୍ରାୟ ୪ଘଣ୍ଟା ଧରି ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲାପାଳ, ତହସିଲଦାର ଏବଂ ଏସପି ମେଡିକାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ଜିଲ୍ଲାପାଳ, ତହସିଲଦାର ଏବଂ ଏସପି ମେଡିକାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ବସ୍‌ରେ ସମୁଦାୟ ୩୬ଜଣ ଯାତ୍ରୀ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comment