ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬୯ତମ ଗଣତନ୍ତ୍ର ଦିବସ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦ ପ୍ରଥମ ଥର ପାଇଁ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି।  ରାଷ୍ଟ୍ରପତି କହିଛନ୍ତି, “୨୦୨୨ରେ ଆମ ଗଣତନ୍ତ୍ରକୁ ୭୦ ବର୍ଷ ପୂରିବାକୁ ଯାଉଛି। ଏହା ହେଉଛି ଆମ ପାଇଁ ମହତ୍ତ୍ବପୂର୍ଣ୍ଣ ଅବସର।”

ସାମାଜିକ ଏବଂ ଆର୍ଥିକ ସ୍ତରରେ ପଛୁଆ ରହିଥିବା ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।

ଭାରତକୁ ବିକଶିତ ଦେଶ କରିବାକୁ ଆହ୍ୱାନ

ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ଆମ ସମସ୍ତଙ୍କର ସ୍ୱପ୍ନ ରହିଛି। ଏହି ସ୍ୱପ୍ନକୁ ପୂରା କରିବା ପାଇଁ ଆମେ ଅଗକୁ ବଢ଼ୁଛୁ। ଆମ ଦେଶର ଯୁବପିଢ଼ି ଭାରତକୁ ବହୁତ ଆଗକୁ ନେଇଯିବେ ବୋଲି ବିଶ୍ବାସ ରହିଛି। ଗରିବ ଶ୍ରେଣୀର ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଲେ ଆମ ଗଣତନ୍ତ୍ର ସାର୍ଥକ ହୋଇପାରିବ

ଧନୀମାନେ ସରକାରୀ ସୁବିଧାସୁଯୋଗ ଛାଡ଼ନ୍ତୁ

ଦେଶର ଧନୀ ଲୋକମାନେ ସ୍ୱେଚ୍ଛାକୃତ ଭାବେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପ୍ରତ୍ୟାହାର କରି ଏକ ଆଦର୍ଶ ଉଦାହରଣ ରଖନ୍ତୁ। ଫଳରେ ଆମ ଦେଶର ଗରିବ ଲୋକମାନଙ୍କୁ ତାହା ମିଳିପାରିବ ବୋଲି ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି ଯେ କେବଳ ଏଲପିଜି ସବସିଡ୍ ନୁହେଁ, ନିଜ ଇଚ୍ଛାରେ ସରକାରୀ ସୁବିଧା ସୁଯୋଗକୁ ତ୍ୟାଗ କରିପାରିବେ।

ହିଂସାକାଣ୍ଡକୁ ନାପସନ୍ଦ

ଲୋକଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ମତଭେଦ ଥାଇପାରେ। ଏଥିପାଇଁ ସୀମା ଲଙ୍ଘନ କରିବା ଏବଂ ଅନ୍ୟ ନାଗରିକଙ୍କୁ ଅସୁବିଧାରେ ପକାଇବା ଅନୁଚିତ୍। ପଡ଼ୋଶୀଙ୍କୁ ସମ୍ମାନ ଦେବା ସହ ସେମାନଙ୍କର ଅଧିକାର ପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ। ବିକ୍ଷୋଭ ଏବଂ ଉତ୍ସବ ପାଳନ ବେଳେ ଯେମିତି ଅନ୍ୟମାନେ ପ୍ରଭାବିତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆହ୍ୱାନ ଦେଇଛନ୍ତି।

Comment