ଓଡ଼ିଶାଲାଇଭ୍ ବ୍ୟୁରୋ
ଡରବନ୍ କିଙ୍ଗସମେଡ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି ଟିମ୍ ଇଣ୍ଡିଆ। ୬ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିରାଟ ବାହିନୀ ଦିନିକିଆ ସିରିଜରେ ୧-୦ରେ ଆଗକୁ ବଢ଼ିଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା। ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୬୯ ରନ୍ କରିଥିଲେ ଦକ୍ଷିଣ ଆଫ୍ରିକା ଖେଳାଳି। ୨୭୦ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍। ୪୫.୩ ଓଭରରେ ଟିମ୍ ଇଣ୍ଡିଆ ମ୍ୟାଚ ଜିତିଥିଲା।
ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୧୧୨ ରନ୍ କରି ଏହି ମ୍ୟାଚରେ ହିରୋ ପାଲଟି ଯାଇଛନ୍ତି। କୋହଲିଙ୍କର ଏହା ହେଉଛି ଦିନିକିଆରେ ୩୩ତମ ଶତକ। କୋହଲି ଏବଂ ଆଜିଙ୍କ୍ୟ ରାହାଣେଙ୍କ ପାର୍ଟନରସିପ୍ରେ ଟିମ୍ ଇଣ୍ଡିଆ ବିଜୟ ଲକ୍ଷ୍ୟରେ ଅଗ୍ରସର ହୋଇଥିଲା। ରାହାଣେ ୭୯ ରନ୍ କରିଥିଲେ।
ବିରାଟ କୋହଲିଙ୍କ ପରି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ୧୨୦ ରନ୍ କରିଥିଲେ। ହେଲେ ଟିମ୍ ଇଣ୍ଡିଆର ବିଜୟରେ ତାଙ୍କ ଶତପ ଫିକା ପଡ଼ି ଯାଇଥିଲା।

ଟିମ୍ ଇଣ୍ଡିଆ କୁଲଦୀପ ଯାଦବ ୩ଟି ଓ୍ବିକେଟ ନେଇଥିବା ବେଳେ ୟୁଜବେନ୍ଦ୍ର ଚହଲଙ୍କୁ ୨ଟି, ଭୁବନେଶ୍ୱର କୁମାର ଏବଂ ଜସପ୍ରିତ ବୁମରାହଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।


















