ଓଡ଼ିଶାଲାଇଭ୍ ବ୍ୟୁରୋ

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଛି ହକି ପୁରୁଷ ବିଶ୍ଵକପ। ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଛି ବିଶ୍ଵକପର ପ୍ରଥମ ମୁକାବିଲା। ଗ୍ରୁପ ପର୍ଯ୍ୟାୟର ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ସହ ଆର୍ଜେଣ୍ଟିନା ୩ ପଏଣ୍ଟ ହାସଲ କରି ଗ୍ରୁପ ‘ଏ’ରେ ପ୍ରାରମ୍ଭିକ ଭାବେ ଶୀର୍ଷକୁ ଯାଇଛି।

ଶୁକ୍ରବାର ଦିନ ୧ଟା ସମୟରେ ମ୍ୟାଚଟି ଆରମ୍ଭ ହୋଇଥିଲା ଆରମ୍ଭରୁ ଆର୍ଜେଣ୍ଟିନାର ଖେଳାଳିମାନେ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ। ଅଧିନାୟକ ମ୍ୟାଟିଅସ ରେଙ୍କ ନେତୃତ୍ଵରେ ଦଳ ଦକ୍ଷିଣ ଆଫ୍ରିକା ଉପରେ ଆରମ୍ଭରୁ ଚାପ ପକାଇଥିଲା। ଦଳ ପକ୍ଷରୁ କ୍ୟାସେଲା ମାଇକୋ ତୃତୀୟ କ୍ଵର୍ଟରର ସପ୍ତମ ମିନିଟରେ ଦଳ ପାଇଁ ଗୋଲ କରିଥିଲେ। ଦକ୍ଷିଣ ଆଫ୍ରିକା ମ୍ୟାଚ ସାରା ଅନେକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ କରିବା ପାଇଁ ବିଫଳ ହୋଇଥିଲା। ମ୍ୟାଚରେ ଆର୍ଜେଣ୍ଟିନାର ଖେଳାଳିମାନେ ଡିଫେନ୍ସରେ ବହୁତ ଭଲ ପ୍ରଦର୍ଶନ କରିଥିଲେ।

ବିଶ୍ଵକପର ପରବର୍ତ୍ତୀ ମ୍ୟାଚଟି ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ହେବକୁଥିବା ଏହି ମ୍ୟାଚଟି ଅପରାହ୍ଣ ୩ଟା ବେଳେ ଆରମ୍ଭ ହେବ।

Tags: #Men’sHockeyWorldCup #Groupstage #Argentina #SouthAfrica #Hockey #India #Odisha

LEAVE A REPLY

Please enter your comment!
Please enter your name here