ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣ ବଜେଟ୍‌ ଉପସ୍ଥାପିତ ହେବାର ଦିନକ ପରେ ସେୟାର ମାର୍କେଟରେ ଝଡ଼ ଉଠିଛି। ଗୋଟିଏ ଦିନରେ ୫ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିବାରୁ ନିବେଶକମାନେ ମୁଣ୍ଡରେ ହାତ ଦେଇଛନ୍ତି। ବଜେଟ୍‌ର ଦିନକ ପରେ ଏଭଳି ଘଟଣା ଘଟିଥିବାରୁ ଅର୍ଥନୀତିଜ୍ଞମାନେ ଆଜିର ଦିନକୁ ବ୍ଲାକ ଫ୍ରାଇଡେ ବୋଲି କହିଛନ୍ତି।

ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଝଡ଼ ବହିଛି। ପଞ୍ଜିକୃତ କମ୍ପାନିମାନଙ୍କର ୧୫୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବଜାର ଗୋଟିଏ ଦିନରେ ପ୍ରାୟ ୪ ଲକ୍ଷ ୭୦ ହଜାର କୋଟି ଟଙ୍କା ପୁଞ୍ଜି ହରାଇଛି। ୨୫୦୦ରୁ ଅଧିକ କମ୍ପାନି କ୍ଷତି ସହିଥିବା ବେଳେ ମାତ୍ର ୩୦୦ କମ୍ପାନିର ସେୟାରରେ ବୃଦ୍ଧି ଘଟିଛି। ବିଶେଷକରି ଛୋଟ ଏବଂ ମଧ୍ୟମ ବର୍ଗର କମ୍ପାନିକୁ ବଡ଼ ଘଟା ସହିବାକୁ ପଡ଼ିଛି।

ସେନ୍‌ସେକ୍ସରେ ୮୩୯.୯୧ ପ୍ରତିଶତ ହ୍ରାସ ଘଟିଛି। ଶୁକ୍ରବାର କାରବାର ଶେଷ ବେଳକୁ ସେନସେକ୍ସ ୩୫,୦୬୬ ପଏଣ୍ଟକୁ ଖସି ଆସିଛି। ନିଫ୍ଟି ମଧ୍ୟ ୨୫୬.୩୦ ପଏଣ୍ଟ ଅର୍ଥାତ୍ ୨.୩୩ ପ୍ରତିଶତ ହ୍ରାସ ପାଇଛି। ମିଡ୍‌ କ୍ୟାପ୍ ଓ ସ୍ମଲ କ୍ୟାପ୍‌ରେ ପୁଞ୍ଜି ଖଟାଇଥିବା ନିବେଶକମାନେ ଅଧିକ କ୍ଷତି ସହିଛନ୍ତି। ଏହି ନିବେଶକମାନେ ପ୍ରାୟ ୪ ପ୍ରତିଶତ କ୍ଷତି ସହିଛନ୍ତି।

ବିତ୍ତୀୟ ନିଅଣ୍ଟ ବୃଦ୍ଧି, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଘୋଷଣା ପରେ ସେୟାର ବଜାର ପ୍ରଭାବିତ ହୋଇଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି।

Comment