ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୪ରୁ ୨୦୧୮ ଫେବ୍ରୁଆରି ୪ ଯାଏଁ ବାରମ୍ବାର ଯୁଦ୍ଧବିରତି ଉଲ୍ଲଂଘନ କରି ଆସୁଛି ପାକିସ୍ତାନ।

ପଛରୁ ଛୁରି ମାରିବା ଏବଂ ବିଶ୍ୱାସଘାତକତା କରିବା ହେଉଛି ପାକିସ୍ତାନର ପୁରୁଣା ଖୋଇ। ପାକିସ୍ତାନ ପୁଣିଥରେ ତାର ପୁରୁଣା ରୋଗ ବାହାର କରିଛି। ସିଜ୍‌ଫାୟାର ଉଲ୍ଲଂଘନ କରି ଗୁଳିମାଡ଼ କରୁଥିବାରୁ ଭାରତୀୟ ଯବାନମାନେ ଟଳି ପଡ଼ୁଛନ୍ତି।

ରବିବାର ସକାଳେ ପାକ୍ ସେନା ଏଭଳି କାଣ୍ଡ ଘଟାଇବାରୁ ୪ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ପାକିସ୍ତାନ ବାରମ୍ବାର ସିଜ୍‌ଫାୟାର ଉଲ୍ଲଂଘନ କରୁଥିବାରୁ ପାକ୍‌ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ଲଗାତାର ସହିଦ ହେଉଛନ୍ତି ଭାରତୀୟ ଯବାନ

ପାକିସ୍ତାନ ଏବେ ନୁହେଁ, ଦୀର୍ଘ ଦିନ ହେଲା ସିଜ୍‌ଫାୟାର ଉଲ୍ଲଂଘନ କରି ଆସୁଛି। ୨୦୧୭ରେ ୮୬୦ ଥର ସିଜ୍‌ଫାୟାର ଉଲ୍ଲଂଘନ ହୋଇଥିବା ବେଳେ ୨୦୧୮ରେ ୧୬୦ରୁ ଅଧିକ ଥର ପାକିସ୍ତାନୀ ସେନା ସିଜ୍‌ଫାୟାର ଉଲ୍ଲଂଘନ କରିଥିବା ରେକର୍ଡ କହୁଛି।

୨୦୧୪ରେ ୫୧ ଯବାନ ସହିଦ ହୋଇଥିବା ବେଳେ ୧୧୦ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ସେହିପରି ୨୦୧୫ରେ ୪୧ ସୈନିକ ସହିଦ ହୋଇଥିବା ବେଳେ ୧୧୩ ଆତଙ୍କବାଦୀ ନିହତ ହୋଇଥିଲେ।

୨୦୧୬ରେ ୮୮ ଜଣ ଯବାନ ସହିଦ ହୋଇଥିଲେ। ହେଲେ ଏହାର ପ୍ରତିବଦଳରେ ୧୬୫ ଆତଙ୍କବାଦୀଙ୍କ ଖେଳ ଖତମ୍ କରି ଦେଇଥିଲେ ଭାରତୀୟ ଯବାନ। ୨୦୧୭ରେ ବି ଅନୁରୂପ ଘଟଣା ଘଟିଥିଲା।

୨୦୧୮ ଫେବ୍ରୁଆରି ୪ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଛନ୍ତି।

ରବିବାର ସକାଳେ ହୋଇଥିବା ସିଜ୍‌ଫାୟାର ଉଲ୍ଲଂଘନରେ ଭାରତ ୪ ଜଣ ବୀର ଯବାନଙ୍କୁ ହରାଇଛି। କେବଳ ଏବେ ନୁହେଁ, ବର୍ଷ ବର୍ଷ ଧରି ଏଭଳି ଘଟଣା ଘଟୁଥିବାରୁ ପାକିସ୍ତାନକୁ ପଡ଼ା ଜବାବ ଦେବାକୁ ଦାବି ହେଉଛି।

Comment