ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଉଥିବା ସମୟରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ଖୁବ୍ ଜୋର୍ରେ ହସିଥିଲେ। ଏହାକୁ ନେଇ ରାଜନୀତି ଜୋର ଧରିଛି।
ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଜୋର୍ରେ ହସିଥିଲେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ। ଏହାପରେ ମୋଦି କଟାକ୍ଷ କରି କହିଥିଲେ ଯେ ରାମାୟଣ ପରେ ପ୍ରଥମଥର ଏପରି ହସ ଶୁଣିବାକୁ ମିଳୁଛି। ଏହାପରେ ସୋସିଆଲ୍ ମିଡିଆରେ ରାମାୟଣର ସେହି ହସ ଚରିତ୍ରକୁ ନେଇ ଆରମ୍ଭ ହୋଇଯାଇଛି ଟ୍ରୋଲ୍।
ସୂର୍ପଣଖାଙ୍କ ସହିତ ରେଣୁକା ଚୌଧୁରୀଙ୍କ ହସକୁ ତୁଳନା କରି ଫେସବୁକ୍ରେ ଏକ ଭିଡିଓ କ୍ଲିପ୍କୁ ସେୟାର୍ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ। ସେହି ଭିଡିଓରେ ରାମାୟଣର ଚରିତ୍ର ସୂର୍ପଣଖା ଜୋରରେ ହସୁଥିବାରୁ ଭିଜୁଆଲ୍ ରହିଛି। ସେହି କ୍ଲିପ୍ର ଶେଷ ଆଡ଼କୁ ରେଣୁକା ଚୌଧୁରୀ ହସୁଥିବାର ଦେଖାଯାଇଛି।
ମୋଦିଙ୍କ କଟାକ୍ଷ ଓ କିରଣଙ୍କ ପୋଷ୍ଟକୁ କଂଗ୍ରେସ ଦୃଢ଼ ବିରୋଧ କରିଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ।
ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଜୋର୍ରେ ହସିଥିଲେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ। ରାଜ୍ୟସଭା ସଭାପତି ତଥା ଭେଙ୍କିଆ ନାଇଡୁ ଗୃହରେ କୌଣସି ଅଭଦ୍ରୋଚିତ ବ୍ୟବହାର ଏବଂ ଅପମାନସୂଚକ କଥାବାର୍ତ୍ତା ଗ୍ରହଣୀୟ ନୁହେଁ ବୋଲି ନାଇଡ଼ୁ କଠୋର ଭାବେ କହିଥିଲେ ମଧ୍ୟ ରେଣୁକା ପୁନର୍ବାର ଖୁବ୍ ଜୋର୍ରେ ହସିଥିଲେ।
ତେବେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତୀବ୍ର କଟାକ୍ଷ ଦ୍ୱାରା ରେଣୁକାଙ୍କୁ ଚୁପ୍ କରାଇ ଦେଇଥିଲେ। ମୋଦି ଅଧ୍ୟକ୍ଷ ନାଇଡ଼ୁଙ୍କୁ ଅନୁରୋଧ କରି କହିଥିଲେ ରେଣୁକାଙ୍କୁ କିଛି ନକହି ତାଙ୍କୁ ସେମିତି ହସିବାକୁ ସୁଯୋଗ ଦେବା ଦରକାର। ରାମାୟଣ ସିରିୟଲର ବହୁଦିନ ପରେ ଆମେ ଆଜି ହିଁ ଏମିତି ହସ ଶୁଣିବାର ସୁଯୋଗ ପାଇଛୁ କହି ମୋଦି ରେଣୁକାଙ୍କୁ କଟାକ୍ଷ କରିଥିଲେ।








ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଉଥିବା ସମୟରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ଖୁବ୍ ଜୋର୍ରେ ହସିଥିଲେ। ଏହାକୁ ନେଇ ରାଜନୀତି ଜୋର ଧରିଛି।








