ଓଡ଼ିଶାଲାଇଭ୍ ବ୍ୟୁରୋ
ଋଷିଆର ରାଜଧାନୀ ମସ୍କୋ ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ପ୍ରାୟ ୭୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ଏସିଆନ୍ ମିଡିଆର ସୂଚନା ଅନୁଯାୟୀ, ଋଷିଆର ଘରୋଇ ବିମାନସେବା କମ୍ପାନି ସାରାଟୋଭ ଏୟାରଲାଇନ୍ସର ଏହି ବିମାନଟି ଅର୍ସକ ସହରକୁ ଯାଉଥିଲା। ଏଥିରେ ୬୫ ଜଣ ଯାତ୍ରୀଙ୍କ ସମେତ ୬ ଜଣ ବିମାନ କର୍ମଚାରୀ ଥିଲେ।
ବିମାନଟି ମସ୍କୋ ନିକଟସ୍ଥ ରାମେନ୍ସ୍କାଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଏକ ନିଆଁପିଣ୍ଡୁଳା ହୋଇ ଖସି ପଡ଼ିଥିବା ଅରିଗୁନୋଭ ଗ୍ରାମବାସୀ କହିଛନ୍ତି। ଖରପ ପାଗ ଯୋଗୁଁ ଏପରି ଘଟିଥିବା ଅନୁମାନ କରାଯାଉଛି।