ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଫଗାନିସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୃତାହତଙ୍କ ସଖ୍ୟା ଜଣାପଡ଼ି ନାହିଁ। ତେବେ ଏହତ ବିମାନରେ ୧୧୦ ଜଣ ଯାତ୍ରୀ ଥିଲେ।

ପୂର୍ବ ଘଜନୀ ଅଞ୍ଚଳରେ ସୋମବାର ଦିପହରେ ଏହି ଦୁର୍ଘଟଣା ଘଟିଛି। ଆଫଗାନିସ୍ତାନର ସମୟ ସାଢ଼େ ଗୋଟାଏରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଏରିଆନା ଆଫଗାନ୍‌ ଏୟାରଲାଇନ୍‌ସର ଏହି ବିମାନଟି ୧୧୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିଲା। ଏହି ବିମାନଟି ଦିଲ୍ଲୀ ଅଭିମୁଖେ ଆସୁଥିଲା।

Comment