ଓଡିଶାଲାଇଭ୍ ବ୍ୟୁରୋ

kamala harris

ସମସ୍ୟା ସମୟରେ ହାତ ବାନ୍ଧି କେବଳ ଅଭିଯୋଗ କରିବା ପରିବର୍ତ୍ତେ ପରିସ୍ଥିତିକୁ ସୁଧାରିବା ପାଇଁ ଉଦ୍ୟମ କରିବା ଦରକାର । ନିଜ ମାଆଙ୍କର ଏହି କଥାକୁ ଜୀବନ ଆଦର୍ଶ ଭାବୁଥିବା କମଳା ହ୍ୟାରିସ ଏବେ ଶକ୍ତିଶାଳୀ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ। ସମସ୍ୟା ଭିତରୁ କେମିତି ବାହାରି ପ୍ରଦର୍ଶନ କରିବାକୁ ହୁଏ, ଏହା ହିଁ ତାଙ୍କ ଜୀବନର ମୂଳମନ୍ତ୍ର। ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶୋଦ୍ଭବ ଆମେରିକାର ଦ୍ୱିତୀୟ ସର୍ବୋଚ୍ଚ ପଦବୀ ପାଇଁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ହୋଇଛନ୍ତି।

biden and kamala harris

କମଳା ଦେବୀ ହ୍ୟାରିସ ପ୍ରଥମେ ନିଜେ ରାଷ୍ଟ୍ରପତି ଦୌଡ଼ରେ ଥିଲେ। ହେଲେ କ୍ୟାମ୍ପେନ ପର୍ଯ୍ୟାୟରେ ଯଥେଷ୍ଟ ସମର୍ଥନ ନ ମିଳିବାରୁ ସେ ଓହରିଯାଇଥିଲେ। କିନ୍ତୁ ପରେ ତାଙ୍କୁ ବିଡେନ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। କୌଣସି ବଡ଼ ପାର୍ଟି ଅଣଶ୍ୱେତାଙ୍ଗଙ୍କୁ ପ୍ରାର୍ଥୀ କରିବା ଆମେରିକା ପାଇଁ ପ୍ରଥମ ଘଟଣା।

ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ଡେମେକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଉପରାଷ୍ଟ୍ରପତି ପଦବି ପାଇଁ କମଳା ହ୍ୟାରିସଙ୍କୁ ବାଛିଛନ୍ତି। ବିଡେନ ତାଙ୍କ ନାଁ ଘୋଷଣା କରିବା ପରେ ପ୍ରବାସୀ ଭାରତୀୟଙ୍କ ସମେତ ଭାରତୀୟ ବେଶ ଖୁସି। କିନ୍ତୁ ଏ କମଳା ହ୍ୟାରିସ କିଏ,  ତାକୁ ନେଇ ବି ଚର୍ଚ୍ଚା ଜୋରଦାର।

BGU

କମଳା ଦେବୀ ହାରିସ। ଅକ୍ଟୋବର ୨୦, ୧୯୬୪ରେ ଜନ୍ମ। କାଲିଫର୍ନିଆର ଓକଲାଣ୍ଡରେ ଜନ୍ମ  ହୋଇଥିଲେ କମଳା। ମାଆ ଶ୍ୟାମଳା ଗୋପାଳନ, ଜଣେ କ୍ୟାନସର ବିଶେଷଜ୍ଞ। ତାମିଲନାଡୁର ମୂଳ ବାସିନ୍ଦା ଶ୍ୟାମଳା କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଏଣ୍ଡକ୍ରିନୋଲୋଜିରେ ଡକ୍ଟରେଟ୍ କରିବା ପାଇଁ ୧୯୬୦ରେ ଆସିଥିଲେ। ବାପା ଡୋନାଲ୍ଡ ଜେ ହ୍ୟାରିସ ଜାମାଇକା ବାସିନ୍ଦା।  ମାଆ ବ୍ରାହ୍ମଣ ହୋଇଥିବା ବେଳେ ବାପା ଖ୍ରୀଷ୍ଟିୟାନ। ସେଥିପାଇଁ ପିଲା ବେଳଠାରୁ ସେ ଉଭୟ ମନ୍ଦିର ଓ ଚର୍ଚ୍ଚ ଯାଉଥିଲେ। ତେବେ ତାଙ୍କୁ ୭ ବର୍ଷ ହୋଇଥିବା ବେଳେ ବାପାମାଆଙ୍କର ବିବାହ ବିଚ୍ଛେଦ ହୋଇଥିଲା।  କମଳା ହାଇସ୍କୁଲ ପଢ଼ା ସାରିବା ପରେ ହାୱାର୍ଡ ୟୁନିଭର୍ସିଟିରେ ପଢିବାକୁ ଯାଇଥିଲେ। ପଲିଟିକାଲ ସାଇନ୍ସ ଓ ଇକୋନମିକ୍ସରେ ବାଚେଲର ଡିଗ୍ରି ପରେ ସେ ୟୁନିଭର୍ସିଟି ଅଫ୍ କାର୍ଲିଫନିଆରୁ ଲରେ ଡିଗ୍ରି ହାସଲ କରିଥିଲେ। ଏହା ପରେ ଓକିଲାତି ଆରମ୍ଭ କରିଥିଲେ।

kamala harris United States Senator us

୧୯୯୦ରେ କମଳା ଦେବୀ ହ୍ୟାରିସ କାର୍ଲିଫିନିଆରେ ଡେପୁଟି ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଭାବେ କାମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୯୪ରେ ସେ କାର୍ଲିଫନିଆ ମେଡିକାଲ ଆସିଷ୍ଟାନ୍ସ କମିଶନକୁ ମନୋନୀତ ହୋଇଥିଲେ। ଫେବ୍ରୁଆରି ୧୯୯୮ରେ ସାନଫ୍ରାନସିସ୍କୋର ଆସିଷ୍ଟାଣ୍ଟ ଆଟର୍ଣ୍ଣି ଭାବେ ନିଯୁକ୍ତି ପାଇଥିଲେ। ୨୦୦୪ରୁ ୨୦୧୧ ଯାଏ ସେ ସାନଫ୍ରାନସିସ୍କୋର ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଭାବେ କାମ କରିଥିଲେ। ୨୦୧୬ରେ କାର୍ଲିଫନିଆରୁ ଡେମୋକ୍ରାଟ ସିନେଟର ଭାବେ ଆମେରିକା ସିନେଟକୁ ନିର୍ବାଚିତ ହୋଇଥିଲେ। ପ୍ରଥମେ ସେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଥିଲେ, ହେଲେ ଆଶାନୁରୂପ ସମର୍ଥନ ନ ମିଳିବାରୁ, ସେ ଏ ଦୌଡ଼ରୁ  ବାହାରିଯାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ। ୮ଜଣ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କମଳା ସର୍ବାଧିକ ସମର୍ଥନ ପାଇ ବି଼ଡେନଙ୍କୁ ପ୍ରଭାବିତ କରିପାରିଥିଲେ।

trumph in mask-2

ତେବେ ଉପରାଷ୍ଟ୍ରପତି ପ୍ରାର୍ଥୀଭାବେ ତାଙ୍କର ପ୍ରାରମ୍ଭିକ ସଫଳତା ଦେଖି ଟ୍ରମ୍ପ କିନ୍ତୁ ଖୁସି ନାହାନ୍ତି। ସେ ମନ ଇଛା, ଗାଳି ଦେବାରେ ଲାଗିଛନ୍ତି। କମଳାଙ୍କୁ ପ୍ରାର୍ଥୀ କରିବା ଜୋ ବିଡେନଙ୍କ ପାଇଁ ଲାଭଦାୟକ ହେବା ଚିନ୍ତା କରି, ରାଗ ଶୁଝାଉଛନ୍ତି ଟ୍ରମ୍ପ। କାରଣ ଭାରତୀୟ ହୋଇଥିବାରୁ ତାଙ୍କ ସପକ୍ଷରେ ପ୍ରବାସୀ ଭାରତୀୟମାନେ ଭୋଟ୍ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

କମଳା ହ୍ୟାରିସ ତାଙ୍କ ଜୀବନରେ ଅନେକଥର ସାମାଜିକ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଲୋକଙ୍କ ସାମାଜିକ ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିଛନ୍ତି। ସେଥିପାଇଁ ଜୋ ବିଡେନ ତାଙ୍କ ନାଁ ଘୋଷଣା କରିବା ସମୟରେ ପ୍ରଶଂସାରେ ପୋତି ପକାଇଥିଲେ। କହିଥିଲେ ଯେ,  ସେ ଜଣେ ଭୟଶୂନ୍ୟ ସାଥୀଙ୍କ ନାଁ ଉପରାଷ୍ଟ୍ରପତି ପଦବି ପାଇଁ ଘୋଷଣା କରି ଗର୍ବିତ ଅନୁଭବ କରୁଛନ୍ତି। ତେବେ ନଭେମ୍ବରରେ ହେବାକୁ ଥିବା ନିର୍ବାଚନ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

Comment