ଓଡ଼ିଶାଲାଇଭ୍‌ ବ୍ୟୁରୋ

no mask in china beijing

ବେଜିଂରେ ରହୁଥିବା ଲୋକେ ଆଉ ମାସ୍କ ପିନ୍ଧିବେନି। ମାସ୍କ ପିନ୍ଧିବା ନିୟମକୁ ବେଜିଂ ସହର ପାଇଁ କୋହଳ କରିଦିଆଯାଇଛି। କାରଣ ଗତ ୧୩ ଦିନ ଧରି ଏ ଚୀନର କ୍ୟାପିଟାଲ ସିଟିରେ ଗୋଟିଏ ହେଲେ ବି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇନାହିଁ। ସର୍ଭେ ଅନୁସାରେ ଏ ସହରରେ ଆଉ ସଂକ୍ରମଣ ହେବାର ଆଶଙ୍କା ନାହିଁ ବୋଲି ଜାଣିବା ପରେ ସେଠାକାର ସ୍ୱାସ୍ଥ୍ୟ ବିଭାଗ ଏ ନିଷ୍ପତ୍ତି ନେଇଛି।

BGU

ସରକାର ନିୟମ କୋହଳ କରି ସାରିବା ପରେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ଲୋକ ମାସ୍କ ପିନ୍ଧିବା ଜାରି ରଖିଛନ୍ତି। ପୂର୍ବରୁ ଏପ୍ରିଲରେ ମଧ୍ୟ ଏ ପରି ନିୟମ ଲାଗୁ କରାଯାଇଥିଲା। କିନ୍ତୁ ଯେତେବେଳେ ରୋଗୀ ଚିହ୍ନଟ ହେବା ସହ ସଂଖ୍ୟା ବଢ଼ିବାରେ ଲାଗିଲା ସେତେବେଳେ ସେଠାକାର ସ୍ଥାନୀୟ ପ୍ରଶାସନ ଏ ନିୟମକୁ ପ୍ରତ୍ୟାହାର କରିନେଇ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିଲେ।

ଚୀନରେ ମଧ୍ୟ ଗତ ୫ ଦିନ ହେଲା କୌଣସି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ସେଠାକାର ବିଶେଷଜ୍ଞମାନଙ୍କ କହିବା କଥା, ସ୍ଥାନୀୟ ଅଞ୍ଚଳରେ କଠୋର କଣ୍ଟେନମେଣ୍ଟ ଆଇନକୁ ଲାଗୁ କରିବା, ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା, ହୋମ୍ କ୍ୱାରାଣ୍ଟିନକୁ ବାଧ୍ୟତାମୂଳକ କରାଯିବା ସହ ସାମୂହିକ କରୋନା ଟେଷ୍ଟ ଯୋଗୁ କରୋନା ନିୟନ୍ତ୍ରଣରେ ଚୀନକୁ ସଫଳତା ମିଳିଛି।

Comment