ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନି ସେନାର ଟ୍ରେନିଂ ଚାଲିଥିବା ବେଳେ ମଙ୍ଗଳବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କ୍ର୍ୟୁ ମେମ୍ବର ସହ ମୋଟ ୧୭ଜଣ ଲୋକ ପ୍ରାଣ ହରାଇଛନ୍ତି। ପାକିସ୍ତାନର ରାୱଲପିଣ୍ଡିଠାରେ ଏହି ଦୁର୍ଘଟଣା ଘଟିଛି। ଏନେଇ ପାକିସ୍ତାନ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ ଦୁଇଜଣ ପାଇଲଟ୍‌ ଲେଫ୍ଟେନାଣ୍ଟ କର୍ଣ୍ଣଲ ସକିବ ଓ ଲେଫ୍ଟେନାଣ୍ଟ କର୍ଣ୍ଣଲ ବସିମ୍‌ ମଧ୍ୟ ସାମିଲ ଅଛନ୍ତି। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ୧୨ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରେ ନିଆଁ ଲାଗିଯାଇଥିଲା।

ଦୁର୍ଘଟଣା ଘଟିବା ପରେ ସେନାର ରେସ୍‌କ୍ୟୁ ଟିମ୍‌ ପହଞ୍ଚି ନିଆଁ ଲିଭାଇବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Comment