ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନୀ ସେନାକୁ ଗୁଳିରେ ଜବାବ୍ ଦେଲା ଭାରତୀୟ ସେନା। ଲାଇନ୍ ଅଫ୍ କଣ୍ଟ୍ରୋଲରେ ଅସ୍ତ୍ରବିରତି ଉଲ୍ଲଘଂନ କରୁଥିବା ପାକିସ୍ତାନୀ ସୈନ୍ୟଙ୍କୁ ଗୁଳିଚୋଟରେ ମାରି ଗଡ଼ାଇଛି ଭାରତୀୟ ସେନା।ଗୁରୁବାର ଲାଇନ୍ ଅଫ୍ କଣ୍ଟ୍ରୋଲରେ କେତେକ ପାକିସ୍ତାନୀ ସୈନ୍ୟ ଅସ୍ତ୍ରବିରତି ଉଲ୍ଲଘଂନ କରୁଥିବା ଦେଖିବାକୁ ମିଳିଥିଲା। ଏହାର ସଠିକ୍ ଜବାବ୍ ଦେଇ ଭାରତୀୟ ସେନା ପାକିସ୍ତାନର ଏକ ସୁରକ୍ଷା ପୋଷ୍ଟକୁ ଉଡାଇଦେଇଛି। ଏହାସହ ୩ରୁ ୪ ଜଣ ପାକିସ୍ତାନୀ ରେଞ୍ଜର ଅଫିସରଙ୍କୁ ଗୁଳିଚୋଟରେ ଶେଷ କରିଛି ଭାରତୀୟ ସେନା।

ଏହାପୂର୍ବରୁ ଜମ୍ମୁ କଶ୍ମୀର ଉରୀରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଘଂନ କରିଥିଲେ। ଏପରିକି ସେମାନେ ଭାରତୀୟ ସୈନ୍ୟମାନଙ୍କ ଉପରକୁ ଗୁଳିବର୍ଷଣ କରିଥିଲେ। ଏଥିରେ ଭାରତୀୟ ସେନାର ଜଣେ ସୁବେଦାର ସହୀଦ ହୋଇଯାଇଥିଲେ। ଏହାର ଜବାବରେ ଭାରତୀୟ ସୈନ୍ୟ ଗୁରୁବାର ପାକିସ୍ତାନର ସୈନ୍ୟଙ୍କୁ ମାରି ଗଡ଼ାଇଦେଇଛନ୍ତି।

Comment