ଓଡ଼ିଶାଲାଇଭ୍‌ ବ୍ୟୁରୋ

କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବୟାନ ବାଜି ଚାଲିଛି। ଏହାରି ମଧ୍ୟରେ ପାକିସ୍ତାନ ଲାଇନ ଅଫ୍ କଣ୍ଟ୍ରୋଲ(ଏଲଓସି)ରେ ବୁଧବାର ୨ହଜାରରୁ ଅଧିକ ସୈନ୍ୟ ମୁତୟନ କରିଥିବା ଜଣାପଡ଼ିଛି। ପିଓକେର ପୁଞ୍ଛ୍ ଅଞ୍ଚଳର ବାଗ୍‌ ଓ କୋଟଲୀ ସେକ୍ଟରରେ ଏହି ସୈନ୍ୟ ବାହିନୀ ମୁତୟନ ହୋଇଛନ୍ତି।

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ କରାଇବାରେ ସହଯୋଗ କରିବାକୁ ଯାଇ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଓ ଲସ୍କର-ଇ-ତୋଇବାର ପରାମର୍ଶ କ୍ରମେ ପାକିସ୍ତାନ ଏତେ ସଂଖ୍ୟକ ସେନା ମୁତୟନ କରିଛି ବୋଲି ଜଣାପଡ଼ିଛି।

ଆଲର୍ଟରେ ଭାରତୀୟ ସେନା

ଏଲଓସି ନିକଟରେ ଏତେ ସଂଖ୍ୟକ ପାକିସ୍ତାନ ସେନା ମୁତୟନ ହେବା ପରେ ଭାରତୀୟ ସେନା ଆଲର୍ଟରେ ରହିଛନ୍ତି। ପାକିସ୍ତାନ ସେନାରେ ସମସ୍ତ କାର୍ଯ୍ୟକଳାପ ଉପରେ ଭାରତୀୟ ସେନା କଡ଼ା ନଜର ରଖିଛନ୍ତି। ନିକଟରେ ଭାରତୀୟ ସେନା ବାରମୂଳାରୁ ଦୁଇ ଆତଙ୍କବାଦୀଙ୍କୁ ଜୀବନ୍ତ ଧରିବାରେ ସଫଳ ହୋଇଥିଲା ସେନା।

Comment