ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଜାବର ଗୁରୁଦାସପୁରରେ ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପାଖାପାଖି ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଅନେକ ଗୁରୁତର ଥିବା ସୂଚନା ମିଳିଛି।

ଦୁଇ ମହାଲା ବିଶିଷ୍ଟ ଏହି ବାଣ ଫ୍ୟାକ୍ଟ୍ରିରେ ପାଖାପାଖି ୫୦ରୁ ଅଧିକ ଲୋକେ କାର୍ଯ୍ୟକରୁଥିଲେ। ବିସ୍ଫୋରଣ କୋଠାଟି ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି। ତେବେ ଅନେକ ଲୋକ ଏବେ ବି ବିସ୍ଫୋରଣରେ ଫସି ରହିଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ୧୦ରୁ ଅଧିକ ଦମକଳ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Comment