ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକେ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ବିଷୟରେ ଜାଣିଥିବେ। କିନ୍ତୁ ଚାପୁଡ଼ା ମରା ପ୍ରତିଯୋଗିତା ବିଷୟରେ ଆଦୌ ଶୁଣିନଥିବେ କି ଦେଖିନଥିବେ। ଏହି ପ୍ରତିଯୋଗିତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ତାଙ୍କ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ବହୁତ ଜୋରରେ ଚାପୁଡ଼ା ମାରିଛନ୍ତି। ଫଳରେ ସାମ୍ନାରେ ଥିବା ବ୍ୟକ୍ତି ଜଣକ ତଳେ ପଡ଼ିଯାଉଛନ୍ତି। ଏହି ସମୟରେ ସିଟି ବାଜୁଛି ଏବଂ ସ୍ୱେଟର ପିନ୍ଧିଥିବା ବ୍ୟକ୍ତି ଜଣକ ବିଜୟୀ ହେଉଛନ୍ତି। ଏହି ଚାପୁଡ଼ା ମାରିବା ପ୍ରତିଯୋଗିତାରେ ବିଜେତାମାନଙ୍କୁ ୨୫ ରୁ ୩୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଉଛି।

ଏଭଳି ଏକ ପ୍ରତିଯୋଗିତା ରୁଷରେ ଦେଖିବାକୁ ମିଳିଛି। ଏଠାରେ ଲୋକମାନେ ରାସ୍ତାରେ ଏବଂ ଗହଳିରେ ପରସ୍ପରକୁ ଚାପୁଡ଼ା ମାରିବାର ନଜର ଆସିଥାନ୍ତି। ସେମାନେ କୌଣସି ପ୍ରକାରର ଝଗଡ଼ା କରନ୍ତି ନାହିଁ ବରଂ ଚାପୁଡ଼ା ମାରିବା ପ୍ରତିଯୋଗିତାର ଅଭ୍ୟାସ କରୁଥିବା ନଜର ଆସିଥାନ୍ତି।

ରୁଷର ସାଇବେରିଆରେ ପ୍ରତିବର୍ଷ “ସ୍ଲାପିଙ୍ଗ ଚମ୍ପିଆନସିପ୍” ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ। ଏହି ପ୍ରତିଯୋଗିତାରେ ଦୁଇ ପୁରୁଷଙ୍କ ମଧ୍ୟରେ ପରସ୍ପରଙ୍କୁ ଚାପୁଡ଼ା ମାରିଥାନ୍ତି ଏବଂ ଯାହାର ଚାପୁଡ଼ା ଜୋରରେ ହୋଇଥାଏ ସେ ‘ମେଲ ସ୍ଲାପିଙ୍ଗ ଚାମ୍ପିଅନସିପ୍’ ଜିତିଥାନ୍ତି।

ଏହି ପ୍ରତିଯୋଗିତାରେ ଏକ ଟେବୁଲର ଦୁଇ ପାଖରେ ପ୍ରତିଯୋଗୀ ଛିଡ଼ା ହୋଇ ପରସ୍ପରକୁ ଚାପୁଡ଼ା ମାରିଥାନ୍ତି। ଏହି ଚାପୁଡ଼ାରେ ଯିଏ ତଳେ ପଡ଼ିଯାଇଥାନ୍ତି ସେହି ସେ ହାରିଯାଇଥାନ୍ତି।

LEAVE A REPLY

Please enter your comment!
Please enter your name here