ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ ଏଭଳି ବହୁ ହୋଟେଲ ରହିଛି, ଯାହା ବହୁତ ବିରଳ। ଏଭଳି ଏକ ବିରଳ ହୋଟେଲ ଚୀନରେ ରହିଛି ଯାହା ୟେଲୋ ପର୍ବତ ଉପରେ ଅବସ୍ଥିତ। ୪ ମହଲା ବିଶିଷ୍ଟ ଏହି ହୋଟେଲ୍ ନାମ ହେଉଛି ଜେଡ୍ ସ୍କ୍ରିନ୍। ହୋଟେଲଟି ସମୁଦ୍ର ପତ୍ତନଠାରୁ ୧୮ଶହ ୩୦ମିଟର ଉଚ୍ଚରେ ରହିଛି। ଏଠାରୁ ହଙ୍ଗଶେନ୍ ମାଉଣ୍ଟେନ୍ ରେଞ୍ଜର ଦୃଶ୍ୟ ଅତି ସୁନ୍ଦର ଦେଖାଯାଇଥାଏ। ଏହି ହୋଟେଲରେ ପହଞ୍ଚିବାକୁ ହେଲେ ଲୋକଙ୍କୁ ୬୦ ହଜାରରୁ ଅଧିକ ପାହାଚ ଚଢ଼ି ଯିବାକୁ ପଡ଼ିଥାଏ।

ବିଶ୍ୱର ଏହା ଏକମାତ୍ର ହୋଟେଲ, ଯେଉଁଠିକି ଶିଡ଼ିରେ ଚାଲିଚାଲି ପହଞ୍ଚିପାରିବେ। କିନ୍ତୁ ପର୍ଯ୍ୟଟକମାନେ ସାମଗ୍ରୀ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତାଙ୍କୁ କାନ୍ଧରେ ବୋହି ନେବାକୁ ପଡ଼ିଥାଏ। ଏହି ହୋଟେଲରେ ୬୫ଟି ରୁମ୍ ରହିଛି। ହୋଟେଲ୍‌ରେ ସୁଇମିଂ ପୁଲ୍, ସ୍ପା ସମେତ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ବ୍ୟବସ୍ଥା ମହଜୁଦ୍ ରହିଛି। ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଠାକୁ ଯିବା ପାଇଁ ପଯ୍ୟଟକଙ୍କୁ କେବଳ କାର୍ କିମ୍ବା ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ନେବାର ଅନୁମତି ମିଳିଥାଏ। ପ୍ରତିଦିନ ଏଠାରେ ଦେଶବିଦେଶର ବହୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଥାଏ।

Comment