ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଦେଖାରେ ପ୍ରେମ। ଆଉ ତା’ପରେ ଏକାଠି ହାତ ଧରାଧରି ହୋଇ ସାରା ଜୀବନ ସାଥି ହୋଇ ବଞ୍ଚିବାର ସ୍ଵପ୍ନ। ପ୍ରତିବନ୍ଧକ ସାଜି ନଥିଲା କୌଣସି ଜାତି, ଧର୍ମ ଓ ସୀମା ସରହଦ। କାରଣ ଏଠି ବି ଥିଲା ପ୍ରେମ ଚିରନ୍ତନ। ଯେଉଁ କାରଣରୁ ପ୍ରେମକୁ ମିଳିଲା ପରିବାରର ସମ୍ମତି ଓ ସାମାଜିକ ସ୍ଵୀକୃତି।
ଲୈଲା-ମଜନୁ, ହୀର୍-ରାନ୍ଝା, ରୋମିଓ-ଜୁଲିଏଟ୍, କେଦାର-ଗୌରୀ ଏଭଳି ଅନେକ ଯୋଡିଙ୍କ କାହାଣୀ ଶୁଣିଥିବେ । ଜାଣିବାକୁ ପାଇଥିବେ ଭଲ ପାଇବାର ଭିନ୍ନ ଭିନ୍ନ ପରିଭାଷା।
କେଉଁଠି ଭଲ ପାଇବାର ମାନେ ହେଉଛି ତ୍ୟାଗ ଓ ବଳିଦାନ ତ ଆଉ କେଉଁଠି ପ୍ରେମ ହେଉଛି ଚିରନ୍ତନ ଓ ଶାଶ୍ଵତ।
କେତେବେଳେ ପ୍ରେମ ହୁଏ ଲୁଚାଛପାରେ ତ କେତେବେଳେ ପ୍ରେମ ହୁଏ ଖୁଲମ୍ ଖୁଲା। ପ୍ରେମର ପରିଭାଷା ପ୍ରତ୍ୟେକ ମଣିଷ ପାଇଁ ଅଲଗା ଅଲଗା। ପ୍ରେମ ପାଇଁ ନଥାଏ କୌଣସି ନିର୍ଦ୍ଦିଷ୍ଟ ବ୍ୟାକରଣ। ବେଳେବେଳେ ପ୍ରେମ ଆଗରେ ମୂଲ୍ୟହୀନ ହୋଇପଡେ ସାମାଜିକ ଶୃଙ୍ଖଳ। ଏହାର ଉଦାହରଣ ଦେଖିବାକୁ ମିଳିଛି ପୁଣିଥରେ। ଏକାଠି ହୋଇଛନ୍ତି ଗଞ୍ଜାମର ଜ୍ଞାନ ରଞ୍ଜନ ଓ ଇଂଲଣ୍ଡର ଜର୍ଜିଆ ଏଲିଜାବେଥ୍।
ଏହି ପ୍ରେମ କାହାଣୀ ଥିଲା ଖୁବ୍ ନିଆରା। ୨୦୧୨ ମସିହାରେ ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଇଂଲଣ୍ଡରୁ ତାମିଲନାଡୁ ଆସିଥିଲେ ଜର୍ଜିଆ। ଏକ ଟ୍ରେନିଂ ପାଇଁ ସେଠାକୁ ଯାଇଥିଲେ ଓଡ଼ିଆ ଯୁବକ ଜ୍ଞାନ। ସେଠାରେ ଜର୍ଜିଆଙ୍କ ସାକ୍ଷାତ ହୋଇଥିଲା ଜ୍ଞାନଙ୍କର। କିଛିଦିନ ସେଠାରେ ରହିବା ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୁଏ।
ପରେ ଦୁହେଁ ନିଜ ନିଜ ବାଟରେ ପଳେଇ ଯାନ୍ତି। କିନ୍ତୁ ଫୋନ୍ ଓ ସୋସିଆଲ୍ ମିଡିଆରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢେ।
ପ୍ରଥମ ଦେଖାରେ ପ୍ରେମ। ଆଉ ତା’ପରେ ଏକାଠି ହାତ ଧରାଧରି ହୋଇ ସାରା ଜୀବନ ସାଥି ହୋଇ ବଞ୍ଚିବାର ସ୍ଵପ୍ନ। ପ୍ରତିବନ୍ଧକ ହୋଇପାରି ନଥିଲା କୌଣସି ଜାତି, ଧର୍ମ ଓ ସୀମା ସରହଦ । କାରଣ ଏଠି ବି ଥିଲା ପ୍ରେମ ଚିରନ୍ତନ। ଯେଉଁ କାରଣରୁ ପ୍ରେମକୁ ମିଳିଲା ପରିବାରର ସମ୍ମତି ଓ ସାମାଜିକ ସ୍ଵୀକୃତି।
ଭାରତୀୟ ସଂସ୍କୃତିକୁ ମନ ଭରି ଭଲପାଉଥିବା ଜର୍ଜିଆ ଦୁଇତିନି ମାସ ଓଡ଼ିଶା ଆସି ଏଠାକାର ସଂସ୍କୃତି ସହ ନିଜକୁ ଖାପଖୁଆଇବା ପାଇଁ ଚେଷ୍ଟା କରିଥିଲେ। ଏହାପରେ ଦୁଇଜଣଙ୍କ ବିବାହ ରେଜିଷ୍ଟ୍ରେନ ପାଇଁ ଆବେଦନ କରିଥିଲେ। ପ୍ରଥମେ କିଛିଟା ଅସୁବିଧାର ସାମ୍ନା କରିବାକୁ ପଡିଥିଲା ଦୁହିଁଙ୍କୁ। କିନ୍ତୁ ପରେ ସବୁକିଛି ଠିକ୍ ହୋଇଯାଇଥିଲା।
ଜ୍ଞାନ ହିନ୍ଦୁ ରୀତିନୀତି ଅନୁଯାୟୀ ଜର୍ଜିୟାଙ୍କ ହାତ ଧରିଥିଲେ । କନ୍ୟାଦାନ ପାଇଁ ସାତ ଦରିଆ ପାର ହୋଇ ଜର୍ଜିଆଙ୍କ ପରିବାର ବି ଭାଗ ନେଇଥିଲେ ଏହି ବିବାହରେ।
କିଛି ଇଂଲଣ୍ଡରେ ରହି ପୁଣି ଓଡିଶା ଆସି ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆରମ୍ଭ କରିବାର ଯୋଜନାରେ ଅଛନ୍ତି ଏହି ଦୁଇ ଦମ୍ପତ୍ତି। ଜର୍ଜିଆ କହିଛନ୍ତି, “ଜ୍ଞାନଙ୍କ ଭଳି ସ୍ଵାମୀ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ସବୁ ପରିସ୍ଥିତି ସେ ମୋ ସାଥ୍ ଦେଇଛନ୍ତି ଯାହା ମୋତେ ଆଗକୁ ଯିବାକୁ ପ୍ରେରିତ କରଛି।“








ପ୍ରଥମ ଦେଖାରେ ପ୍ରେମ। ଆଉ ତା’ପରେ ଏକାଠି ହାତ ଧରାଧରି ହୋଇ ସାରା ଜୀବନ ସାଥି ହୋଇ ବଞ୍ଚିବାର ସ୍ଵପ୍ନ। ପ୍ରତିବନ୍ଧକ ସାଜି ନଥିଲା କୌଣସି ଜାତି, ଧର୍ମ ଓ ସୀମା ସରହଦ। କାରଣ ଏଠି ବି ଥିଲା ପ୍ରେମ ଚିରନ୍ତନ। ଯେଉଁ କାରଣରୁ ପ୍ରେମକୁ ମିଳିଲା ପରିବାରର ସମ୍ମତି ଓ ସାମାଜିକ ସ୍ଵୀକୃତି।





