ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଖିରେ ଆଖିରେ ଜିଣିଲେ ସମସ୍ତଙ୍କ ମନ। ଗୋଟାଏ ଆଖିମରା ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ ହେବା ପରେ ମାଲାୟଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ପାଲଟି ଯାଇଛନ୍ତି ସେଲିବ୍ରିଟି।

ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର। ତାଙ୍କର ଗୋଟିଏ ଚାହାଣୀ କିଣି ନେଇଛି ଲକ୍ଷ ଲକ୍ଷ ଲୋକଙ୍କ ମନ। ୧୮ ବର୍ଷୀୟ ପ୍ରିୟାଙ୍କ ପାଇଁ ରାତାରାତି ସେଲିବ୍ରିଟି ବନିଯାଇଛନ୍ତି। ତାଙ୍କ ଅଭିନୀତ ମଲାୟଲମ୍ ଫିଲ୍ମ ‘ଓରୁ ଅଦାର୍ ଲଭ୍’ର ଏକ ଗୀତ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ କେବଳ ଭାରତରେ ନୁହେଁ ଦେଶ ବାହାରେ ମଧ୍ୟ ପ୍ରିୟାଙ୍କ ଅନ୍ଦାଜର ପ୍ରଶଂସକ ସୃଷ୍ଟି ହୋଇଛନ୍ତି।

ଭାଲେଣ୍ଟାଇନ୍ ସପ୍ତାହରେ ରିଲିଜ୍ ହୋଇଥିବା ତାଙ୍କର ଚଳଚ୍ଚିତ୍ରର ଏକ ଛୋଟ କ୍ଳିପ୍ ଛାଇଯାଇଛି ଇଣ୍ଟରନେଟରେ। ଗୋଟିଏ ଦିନରେ ପାଲଟି ଯାଇଛନ୍ତି ଦୁନିଆର ତୃତୀୟ ଲୋକପ୍ରିୟ ଇନ୍‌ଷ୍ଟାଗ୍ରାମ୍ ସେଲେବ୍ରିଟି। ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ତାଙ୍କର ଭିଡିଓ। ହଜାର ହଜାର ସେୟାର ହେଉଛି ସୋସିଆଲ୍ ମିଡିଆରେ।

ଛୋଟ ବେଳୁ ଅଭିନୟରେ ରୁଚି ରଖୁଥିବା ପ୍ରିୟା ପ୍ରକାଶ ମଡେଲିଂ କୋର୍ସ କରିଛନ୍ତି। ‘ଓରୁ ଅଦାର୍ ଲଭ୍’ ଏକ ମାଲାୟଲମ୍‌ ଫିଲ୍ମରୁ ଅଭିନୟ ଜଗତରେ ପାଦ ଥାପିଛନ୍ତି ପ୍ରିୟା।

ଏହି ଚଳଚ୍ଚିତ୍ରରେ ସୁଟିଂ ଚାଲିଛି। କଲେଜ୍‌ ଛାତ୍ରଛାତ୍ରୀଙ୍କ ପ୍ରେମକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ପ୍ରିୟା ଜଣେ କଲେଜ୍‌ ଛାତ୍ରୀ ଭୂମିକାରେ ନଜର ଆସୁଛନ୍ତି।

ଅଭିନୟ ସାଙ୍ଗକୁ ପ୍ରିୟା ପାଠରେ ବି ଜଣେ ଉତ୍ତମ ଛାତ୍ରୀ। ସେ ଏବେ କେରଳର ଥ୍ରିସୁର୍‌ ଭିମ୍‌ଲା କଲେଜ୍‌ରେ ବିକମ୍ ପଢୁଛନ୍ତି। ଏହା ସହ ପ୍ରିୟ ଜଣେ କ୍ଲାସିକାଲ୍ ନୃତ୍ୟଶିଳ୍ପୀ ମଧ୍ୟ।

ସାରା ବିଶ୍ବରେ ପ୍ରିୟାଙ୍କ ଲୋକପ୍ରିୟତାକୁ ଦେଖି ମା’ ଝିଅକୁ ହଷ୍ଟେଲ୍‌ ପଠାଇଦେଇଛନ୍ତି। ନିଜର ଏତେ ଲୋକପ୍ରିୟତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ପ୍ରିୟା। ସେ କହିଛନ୍ତି, “ଲୋକଙ୍କ ଏତେ ଭଲ ପାଇବା ଦେଖି ମୁଁ ବହୁତ ଖୁସି, ସ୍ଵପ୍ନ ସତ ହେଲା ପରି ଲାଗୁଛି।“

ଅଳ୍ପ ଦିନ ମଧ୍ୟରେ କୋଟିଏରୁ ଅଧିକ ଲୋକ ପ୍ରିୟାଙ୍କ ଅଭିନୀତ ଭିଡିଓ ସଙ୍ଗୀତକୁ ଦେଖିସାରିଲେଣି। ଏହା ପୂର୍ବରୁ ମାଲାୟଲମ ଫିଲ୍ମର କୌଣସି ଗୀତ ଇଣ୍ଟରନେଟ୍‌ରେ ଏତେ ଲୋକପ୍ରିୟ ହୋଇନଥିଲା।

‘ଓରୁ ଅଦାର୍ ଲଭ୍’ ପ୍ରିୟା ପ୍ରକାଶଙ୍କ ପ୍ରଥମ ଫିଲ୍ମ। ମାର୍ଚ୍ଚ ମାସରେ ପରଦାକୁ ଆସିବାକୁ ଥିବା ଏହି ଫିଲ୍ମର ସୁଟିଂ ଶେଷ ହୋଇନାହିଁ। ମାତ୍ର ଏହା ପୂର୍ବରୁ ସେ ବନିଯାଇଛନ୍ତି ଇଣ୍ଟରନେଟ୍‌ ସୁପରଷ୍ଟାର୍ ।

Comment