ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଦଳ ଉଭୟ ଏକଦିବସୀୟ ଓ ଟେଷ୍ଟ୍ ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ୨୦୧୩ରେ ମହେନ୍ଦ୍ର ସିଂହ ଧୋନି ନେତୃତ୍ୱାଧୀନ ଭାରତ ପ୍ରଥମଥର ପାଇଁ ଆଇସିସି ଦିନିକିଆ ମାନ୍ୟତାରେ ୧ନଂ ସ୍ଥାନ ହାସଲ କରିଥିଲା। ମୋଟଉପରେ ୫ମ ଥର ପାଇଁ ଭାରତ ୧ନଂ ଦିନିକିଆ ଦଳ ହୋଇପାରିଛି।

ଘରୋଇ ଦକ୍ଷିଣ ଆଫ୍ରିକା ବିରୋଧରେ ଚଳିତ ଦିନିକିଆ ସିରିଜ୍‌ର ଜିତିବା ପରେ ଭାରତ ଆଇସିସି ଦିନିକିଆ ମାନ୍ୟତାରେ ଭାରତ ୧ନଂ ଦଳ ହୋଇ ପାରିଛି। ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟତମ ମାନ୍ୟତା ତାଲିକା ପ୍ରକାଶ ପାଇଛି। ଏହା ଅନୁସାରେ ତାଲିକା ଶୀର୍ଷରେ ଥିବା ଭାରତ ୧୨୨ ପଏଣ୍ଟ ପାଇଛି। ୫ମ ଦିନିକିଆ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୭୩ ରନ୍‌ରେ ପରାସ୍ତକରି ୨୫ ବର୍ଷ ପ୍ରତୀକ୍ଷାର ଅନ୍ତଃ ଘଟାଇ ସିରିଜ୍‌ ବିଜୟ ହାସଲ କରିଛି। ଏହି ବିଜୟ ପରେ ଭାରତ ସିରିଜ୍‌ ଶେଷରେ ୧ନଂ ଦଳ ରହିବା ନିଶ୍ଚିତ ହୋଇଯାଇଛି। ଟେଷ୍ଟ କ୍ରିକେଟ୍‌ରେ ମଧ୍ୟ ଭାରତ ବିଶ୍ୱର ୧ନଂ ଦଳ। ବିରାଟ କୋହଲିଙ୍କ ଅଧୀନରେ ଭାରତ ଏହି କୃତିତ୍ୱ ହାସଲ କରିଛି।

ଗତ ୬ ମାସରେ ୩ୟ ଥର ପାଇଁ ଭାରତ ଆଇସିସି ଦିନିକିଆ ମାନ୍ୟତାରେ ୧ନଂ ଦଳ ହୋଇପାରିଛି । ୨୦୧୭ ଅକ୍ଟୋବର ପରେ ଭାରତ ପୁଣି ୧ନଂ ଦିନିକିଆ ମାନ୍ୟତା ହାସଲ କରିଛି। ୨୦୧୩ରେ ମହେନ୍ଦ୍ର ସିଂହ ଧୋନି ନେତୃତ୍ୱାଧୀନ ଭାରତ ପ୍ରଥମଥର ପାଇଁ ଆଇସିସି ଦିନିକିଆ ମାନ୍ୟତାରେ ୧ନଂ ସ୍ଥାନ ହାସଲ କରିଥିଲା। ମୋଟଉପରେ ୫ମ ଥର ପାଇଁ ଭାରତ ୧ନଂ ଦିନିକିଆ ଦଳ ହୋଇପାରିଛି। ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ୨ଟି ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ହେବା ପରେ ଭାରତ ବିଶ୍ୱର ୧ନଂ ଦିନିକିଆ ଦଳ ହୋଇ ପାରିଥିଲା। ତେବେ ଏହାକୁ ବଜାୟ ରଖିବା ପାଇଁ ଭାରତକୁ ସିରିଜ୍‌ ଜିତିବା; ଅର୍ଥାତ୍‌ ଅତିକମ୍‌ରେ ୪ଟି ମ୍ୟାଚ୍‌ ଜିତିବାର ଥିଲା।

ମଙ୍ଗଳବାର ୫ମ ଦିନିକିଆ ମ୍ୟାଚ୍‌ ଜିତିବା ପରେ ଭାରତ ୧ନଂ ଦଳ ରହିବା ନିଶ୍ଚିତ କରିପାରିଛି। ବର୍ତ୍ତମାନ ୧୨୨ ପଏଣ୍ଟ ସହ ଭାରତ ୧ନଂ ସ୍ଥାନରେ ଥିବା ବେଳେ ୧୧୮ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୨ୟ ସ୍ଥାନରେ ରହିଛି। ତେବେ ୫ମ ଦିନିକିଆକୁ ଭାରତ ଜିତିଲେ ମଧ୍ୟ ଏହି ମାନ୍ୟତାରେ ପରିବର୍ତ୍ତନ ହେବନାହିଁ। ତେବେ ଭାରତର ପଏଣ୍ଟ ସଂଖ୍ୟା ୧୨୩ ହୋଇଯିବ ଏବଂ ଦକ୍ଷିଣ ଆଫ୍ରିକା ୧୧୭କୁ ଖସିଆସିବ। ଦକ୍ଷିଣ ଆଫ୍ରିକା ଅନ୍ତିମ ଦିନିକିଆ ଜିତିଲେ ଭାରତର ପଏଣ୍ଟ ସଂଖ୍ୟା ୧୨୧କୁ ଖସିଆସିବ ଏବଂ ଦକ୍ଷିଣ ଆଫ୍ରିକା ୧୧୯ ପଏଣ୍ଟକୁ ଉଠିବ।

ଅନ୍ୟପକ୍ଷରେ ଘରୋଇ ନ୍ୟୁଜିଲାଣ୍ଡ ବିରୋଧରେ ଯଦି ଇଂଲଣ୍ଡ ୫ଟିଯାକ ଦିନିକିଆ ମ୍ୟାଚ୍‌ ଜିତିବ; ଏହା ଦକ୍ଷିଣ ଆଫ୍ରିକାକୁ ପଛକୁ ପକାଇ ୨ୟ ସ୍ଥାନ ହାସଲ କରିବ। ୧୧୬ ପଏଣ୍ଟ ସହ ଇଂଲଣ୍ଡ ଏବେ ୩ୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ରେ ଭଲ ପ୍ରଦର୍ଶନ କରି ଜିମ୍ବାୱେକୁ ୧୧ଶ ସ୍ଥାନକୁ ଖସାଇ ଆଫ୍‌ଗାନିସ୍ତାନ ବିଶ୍ୱର ୧୦ନଂ ଦିନିକିଆ ଦଳ ହୋଇପାରିଛି। ୧୧୫ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ୪ର୍ଥ, ୧୧୨ ପଏଣ୍ଟ ସହ ଅଷ୍ଟ୍ରେଲିଆ ୫ମ, ୯୬ ପଏଣ୍ଟ ସହ ପାକିସ୍ତାନ ୬ଷ୍ଠ, ୯୦ ପଏଣ୍ଟ ସହ ବାଂଲାଦେଶ ୭ମ, ୮୪ ପଏଣ୍ଟ ସହ ଶ୍ରୀଲଙ୍କା ୮ମ ଓ ୭୬ ପଏଣ୍ଟ ସହ ୱେଷ୍ଟଇଣ୍ଡିଜ୍‌ ୯ମ ସ୍ଥାନରେ ରହିଛି।

 

Comment