ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ଦେଶର ସବୁଠୁ ହଟ୍ କପଲ୍‌ ହେଉଛନ୍ତି ବିରୁଷ୍କା। ଜଣେ ପଡ଼ିଆରେ ଜଲୱା ଦେଖାଉଥିବାବେଳେ ଆଉ ଜଣେ ପରଦାରେ ଦର୍ଶକଙ୍କ ମନ ଜିଣୁଛନ୍ତି।

ନିକଟରେ ଶେଷ ହୋଇଥିବା ଦକ୍ଷିଣଆଫ୍ରିକା ବିପକ୍ଷ ସିରିଜ୍‌ରେ  ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦମ୍‌ଦାର ପ୍ରଦର୍ଶନ କରି ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ଟ୍ରଫି ହାସଲ କରିଛନ୍ତି।

ଏହା ସହ ଅନେକ ରେକର୍ଡ ଭାଙ୍ଗିଛନ୍ତି ବିରାଟ। ତାଙ୍କ ଅଧିନାୟକତ୍ଵରେ ଭାରତ ୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦିନିକିଆ ସିରିଜ୍‌ ଜିତିଛି।

ଏତେ ବଡ଼ ଉପଲବ୍ଧି ହାସଲ କଲା ପରେ ବିରାଟ ଆଗାମୀ ଦିନରେ କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କ ରେକର୍ଡ ଖୁବ୍‌ଶିଘ୍ର ଭାଙ୍ଗିବେ ବୋଲି ବହୁ କ୍ରିକେଟ ପଣ୍ଡିତ ମତ ରଖିଛନ୍ତି।

“ନିଜର ପ୍ରଦର୍ଶନରେ ଖୁସି ହେବା ଅପେକ୍ଷା ଦଳର ବିଜୟ ଗୁରୁତ୍ଵପୁର୍ଣ୍ଣ ଥିଲା”, କହିଛନ୍ତି ବିରାଟ। ଏହାସହ ନିଜ ପ୍ରଦର୍ଶନର ସମସ୍ତ ଶ୍ରେୟ ବିରାଟ ପତ୍ନୀ ଅନୁଷ୍କା ଦେଇଛନ୍ତି। ବିରାଟ କହିଛନ୍ତି, “ସବୁ ପରିସ୍ଥିତିରେ ଅନୁଷ୍କା ମୋ ସହ ଅଛନ୍ତି। ସବୁବେଳେ ମୋତେ ଆଗକୁ ବଢିବା ପାଇଁ ପ୍ରେରିତ କରିଆସିଛନ୍ତି।

ଗତ ଡିସେମ୍ବରରେ ବିରାଟ ଓ ଅନୁଷ୍କା ଶର୍ମାଙ୍କ ବିବାହ ଇଟାଲୀରେ ଖୁବ୍‌ ଧୁମ୍‌ଧାମ୍‌ରେ ହୋଇଥିଲା। ଏହାପରେ ଦୁହେଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ। ଷ୍ଟାଡିୟମ୍‌ରେ ବିରାଟଙ୍କୁ ଚିୟର୍‌ କରିବା ପାଇଁ ଅନୁଷ୍କା ଉପସ୍ଥିତ ରହୁଥିଲେ। ପ୍ରଥମ ଦୁଇଟି ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରକାଠାରୁ ପରାଜୟ ଭୋଗିବା ପରେ ବିରାଟଙ୍କୁ ଦାୟୀ କରିଥିଲେ ଦର୍ଶକ। ତା’ସହ ଅନୁଷ୍କାଙ୍କ ଯୋଗୁ ବିରାଟଙ୍କ ପ୍ରଦର୍ଶନ ଭଲ ରହୁନାହିଁ ବୋଲି ଦର୍ଶକ ସୋସିଆଲ ମିଡିଆରେ ଟ୍ରୋଲ୍ କରିଥିଲେ।

Comment