ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି। ଗାଇସିଲଟ ବ୍ଲକରେ ପ୍ରଚାର କରି ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ୧୮ ବର୍ଷ ଶାସନର ହିସାବ ମାଗିଛନ୍ତି ସ୍ମୃତି।

“୧୮ ବର୍ଷ ହେଲା ବିଜେଡି ଓଡ଼ିଶାକୁ ଶାସନ କରୁଛି। ହେଲେ ଓଡ଼ିଶାର ଯେଉଁଭଳି ବିକାଶ ହେବା କଥା ତାହା ହୋଇପାରନି। କେନ୍ଦ୍ର ଦେଉଥିବା ଅନୁଦାନ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ବୁଣାକାର ଓ ଚାଷୀ ସେମାନଙ୍କ ହକ୍ ପାଉ ନାହାନ୍ତି। ୧୮ ବର୍ଷ ହେଲା ଓଡ଼ିଶାରେ ନାହିଁ ନାହିଁର ସରକାର ଚାଲିଛି”, କହିଛନ୍ତି ସ୍ମୃତି ଇରାନି।

ସେ ଆହୁରି କହିଛନ୍ତି ଯେ  ନବୀନବାବୁ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ମିଛ କହୁଛନ୍ତି। ବୁଣାକାରଙ୍କ ହାତ ତିଆରି ଲୁଗା ଉପରୁ ଜିଏସ୍‌ଟି ହ୍ରାସ କରିବା ପଛରେ କେନ୍ଦ୍ର ସରକରଙ୍କ ହାତ ରହିଛି। ହେଲେ ନବୀବନବାବୁ କହୁଛନ୍ତି ଆାମେ ଜିଏସ୍‌ଟି ହ୍ରାସ କରିଛୁ। ଯିଏ ଭାଷଣରେ ମିଛ କହିପାରୁଛି ସେ ଶାସନ କେମିତି କରୁଥିବ ତାହା ଏଥିରୁ ଅନୁମାନ କରି ହେଉଛି।

ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ଯାଇଥିଲେ। କିନ୍ତୁ ଓଡ଼ିଶାର ବିକାଶ ୧୮ ବର୍ଷ ହେଲା ବନବାସ ଯାଇଛି। ବିଜେପୁରର ଗାଁ ଗହଳିରେ ପିଇବା ପାଣି ମିଳୁ ନଥିବା ବେଳେ ଅନ୍ୟ ମୌଳିକ ସୁବିଧା ପାଇବା ପାଇଁ ଲୋକେ ଏଠାରେ ସଂଘର୍ଷ କରୁଛନ୍ତି। ବିଜୁଳି ବି କିଛି ଅଞ୍ଚଳରେ ସାତସପନ ହୋଇଯାଇଛି। ବିଜେପି କ୍ଷମତାକୁ ଆସିଲେ ଏସବୁ ସୁବିଧା ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ୧୮ ବର୍ଷର ଶାସନକୁ ନିଶାନା କରିଛନ୍ତି। ଗାଇସିଲଟ ସଭାରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ପ୍ରଭାରି ଅରୁଣ ସିଂ, ବିଜେପି ନେତା ଜୟରାମ ପାଙ୍ଗୀ, ଶ୍ରୀତମ ଦାସ, ମିହି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here