ଓଡ଼ିଶାଲାଇଭ୍ ବ୍ୟୁରୋ
ମିଗ୍-୨୧ ଫାଇଟର ପ୍ଲେନ୍ ଉଡାଇ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି ଅବନୀ ଚତୁର୍ବେଦୀ।
ଭାରତୀୟ ବାୟୁସେନାର ଫ୍ଲାଇଙ୍ଗ୍ ଅଫିସର ଅବନୀ ଚତୁର୍ବେଦୀ ପୁଣି ଥରେ ଇତିହାସ ରଚିଛନ୍ତି। ମିଗ୍-୨୧ ଫାଇଟର ପ୍ଲେନ୍ ଉଡାଇ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ଗତ ସୋମବାର ଦିନ ସକାଳେ ଅବନୀ ଗୁଜୁରାଟର ଜାମନଗର ଏୟାର୍ବେସ୍ରୁ ଉଡାଣ ଭରିଥିଲେ। ସଫଳତାପୂର୍ବକ ନିଜ ମିଶନ ପୁରା କରିଥିଲେ ସେ। ଭାରତର ପ୍ରଥମ ମହିଳା ଭାବେ ଫାଇଟର୍ ଏୟାର୍କ୍ରାଫ୍ଟ ପାଇଲଟ୍ ହୋଇଛନ୍ତି ଅବନୀ।
ଏହା ପୂର୍ବରୁ ସେ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ୍ ଆଖ୍ୟା ଅର୍ଜନ କରିଥିଲେ। ଫାଇଟର ପାଇଲଟ୍ ଭାବେ ସେ ପ୍ରଥମ ସୋପାନ ପାର କରିଛନ୍ତି । ତେବେ ବାସୁୟେନାର ଜଣେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଫାଇଟର ପାଇଲଟ ହେବାକୁ ଅବନୀଙ୍କୁ ଆହୁରି ୨ ବର୍ଷ ପ୍ରଶିକ୍ଷଣ ନେବାକୁ ପଡିବ।
ଆଇଟିରେରେ ସ୍ନାତକ ଡିଗ୍ରୀ ହାସଲ ପରେ ବାସୁସେନାରେ ସାମିଲ ହୋଇଛନ୍ତି ଫ୍ଲାଇଂ ଅଫିସର ଅବନୀ ଚତୁର୍ବେଦୀ।
ଭାରତୀୟ ବାସୁସେନାରେ ବର୍ତ୍ତମାନ ଅବନୀଙ୍କ ସହ ବିହାରର ଭାବନା କାନ୍ତ ଏବଂ ଗୁଜରାଟର ମୋହନା ସିଂହ ପାଇଲଟ ଆଖ୍ୟା ଅର୍ଜନ କରିସାରିଛନ୍ତି। ଏହି ୩ ମହିଳା ଫ୍ଲାଇଂ ଅଫିସର ୨୦୧୬ରେ ବାସୁସେନାରେ ସାମିଲ ହୋଇଥିଲେ।
ପିଲାବେଳୁ ଟେନିସ୍ ଖେଳିବାକୁ ପସନ୍ଦ କରୁଥିବା ଅବନୀ ପେଣ୍ଟିଂ ଭଲ କରନ୍ତି। ତାଙ୍କ ପିତା ମଧ୍ୟ ପ୍ରଦେଶରେ ସହକାରୀ ଇଞ୍ଜିନିୟର୍ ଭାବେ କାର୍ଯ୍ୟରତ। କଲେଜ ପଢ଼ୁଥିବା ସମୟରେ ଅବନୀଙ୍କୁ ଫ୍ଲାଇଙ୍ଗ୍ କ୍ଲବ୍ରେ ବିମାନ ଚଳାଇବାର ମଉକା ମିଳିଥିଲା। ସେ ସମୟରୁ ହିଁ ଭାରତୀୟ ବାୟୁସେନାର ପାଇଲଟ ହେବାର ସ୍ଵପ୍ନ ଦେଖିବା ଆରମ୍ଭ କରିଥିଲେ ଅବନୀ।
ଅବନୀଙ୍କ ଭାଇ ମଧ୍ୟ ଭାରତୀୟ ଆର୍ମିରେ ଜଣେ କ୍ୟାପ୍ଟଟେନ୍ ଭାବେ କାର୍ଯ୍ୟ କରୁଛନ୍ତି। “ପରିବାରର ସହଯୋଗରେ ମୁଁ ଆଜି ଏଠି ପହଞ୍ଚି ପାରିଛି”, କହିଛନ୍ତି ଅବନୀ।








ମିଗ୍-୨୧ ଫାଇଟର ପ୍ଲେନ୍ ଉଡାଇ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି ଅବନୀ ଚତୁର୍ବେଦୀ। 








