ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନର ଜୟପୁରର ଗାନ୍ଧିନଗର ରେଳଷ୍ଟେସନ ଦେଶର ଦ୍ଵିତୀୟ ମହିଳା ପରିଚାଳିତ ରେଳ ଷ୍ଟେସନ୍ ଭାବେ ଖ୍ୟାତି ଅର୍ଜନ କରିଛି।

ଜୟପୁରର ଗାନ୍ଧିନଗର ରେଳଷ୍ଟେସନ୍ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏହି ଷ୍ଟେସନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମହିଳା।

ମୁମ୍ବାଇର ମାତୁଙ୍ଗା ପରେ ଦ୍ଵିତୀୟ ମହିଳା ପରଚାଳିତରେ ଷ୍ଟେସନ୍ ଆଖ୍ୟା ପାଇଛି ଗାନ୍ଧିନଗର ରେଳ ଷ୍ଟେସନ୍‌।

ଭାରତରେ ଏହା ହେଉଛି ଦ୍ଵିତୀୟ ଷ୍ଟେସନ୍, ଯେଉଁଠି ସବୁ କର୍ମଚାରୀ ହେଉଛନ୍ତି ମହିଳା। ଏହି ଷ୍ଟେସନରେ ମୋଟ ୪୧ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରିବାର ଯୋଜନା ରହିଛି।

ଷ୍ଟେସନ୍ ସୁପରିଟେଡେଣ୍ଟଙ୍କଠାରୁ ଆରମ୍ଭ କରି ଚପରାସି ପର୍ଯ୍ୟନ୍ତ ସମସ୍ତେ ମହିଳା। ଏମାନଙ୍କ ମଧ୍ୟରେ ଅଛନ୍ତି ଷ୍ଟେସନ୍ ମ୍ୟାନେଜର୍, ୧୭ ଜଣ ବୁକିଂ କ୍ଲର୍କ, ୬ଜଣ ଆରପିଏଫ୍ ଯବାନ, ୮ ଜଣ ଟିଟି, ୫ ଜଣ ପଏଣ୍ଟ୍ ପର୍ସନ୍, ୨ ଜଣ ଘୋଷିକା ଓ ୨ ଜଣ ସଫେଇ କର୍ମଚାରୀ।

ସବୁ ମହିଳାଙ୍କ ଦାୟିତ୍ଵ ଷ୍ଟେସନ୍‌ ମାଷ୍ଟର ଆଞ୍ଜେଲା ଷ୍ଟେଲାଙ୍କୁ ଦିଆଯାଇଛି।

“ଗାନ୍ଧିନଗର ରେଳଷ୍ଟେସନରେ ପ୍ରତିଦିନ ୨୫ଟି ରେଳ ରହେ। ଅନେକ ଟ୍ରେନ୍ ଏହି ଟ୍ରାକ୍ ନେଇ ଗତି କରେ। ପାଖାପାଖି ୭୦୦୦ ହଜାର ଯାତ୍ରୀ ଏହି ଷ୍ଟେସନରେ ୟାତାୟାତ କରନ୍ତି,” କହିଛନ୍ତି ଷ୍ଟେଲା

ସରକାର ମହିଳା ସଶକ୍ତିକରଣକୁ ଗୁରୁତ୍ଵ ଦେଉଥିବା ବେଳେ ଗାନ୍ଧିନଗର ରେଳଷ୍ଟେସନ୍ ଏହାର ଏକ ଜ୍ଵଳନ୍ତ ଉଦାହରଣ।

LEAVE A REPLY

Please enter your comment!
Please enter your name here