ଦିନେ ଲାଇଭ୍‍ଷ୍ଟ୍ରିମିଂ ଆମକୁ ଏକ ଜଟିଳ ଓ ହାଇଟେକ୍‍ ବିଷୟ ଭଳି ମନେହେଉଥିଲା। କିନ୍ତୁ ଆଜି ଏହି ସେବା ଆପଣଙ୍କ ହାତପାଆନ୍ତାରେ।

ଆପଣ ଚାହିଁଲେ ଆପଣଙ୍କ ଅନୁଷ୍ଠାନ ବା ଅଫିସର କୌଣସି କାର୍ଯ୍ୟକ୍ରମ କିମ୍ବା କୌଣସି ସାମାଜିକ କାର୍ଯ୍ୟକ୍ରମକୁ ନିଜର ୱେବସାଇଟ୍‍ ବା ସୋସିଆଲ ମିଡିଆ ଚ୍ୟାନେଲରେ ସିଧାସଳଖ ପ୍ରସାରଣ କରିପାରିବେ। ଏହାଫଳରେ ଆପଣଙ୍କ କାର୍ଯ୍ୟକ୍ରମକୁ  କମ୍ପ୍ୟୁଟର, ମୋବାଇଲ ଫୋନ୍‍ ମାଧ୍ୟମରେ ପୃଥିବୀର ଯେ କୌଣସି କୋଣରେ ଥିବା ବ୍ୟକ୍ତି ସିଧାସଳଖ ଦେଖିପାରିବେ।

ଡିଜିଟାଲ ମିଡିଆ କମ୍ପାନି ଓଡ଼ିଶାଲାଇଭ୍‍ ପକ୍ଷରୁ ଏବେ ଭୁବନେଶ୍ୱରରେ ଲାଇଭଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି। ବିଶେଷକରି ଓଡ଼ିଶାଲାଇଭର ଲୋକପ୍ରିୟ ସୋସିଆଲ ମିଡିଆ ଚ୍ୟାନେଲରେ ମଧ୍ୟ ଲୋକଙ୍କ ଆଗ୍ରହକୁ ନଜରରେ ରଖି ବିଭିନ୍ନ କାର୍ଯ୍ୟକ୍ରମର ଲାଇଭଷ୍ଟ୍ରିମିଂ କରାଯାଉଛି।

ଆପଣ କୌଣସି ଇଭେଣ୍ଟ, ସେମିନାର୍‍, ୱାର୍କସପ୍‍, ବକ୍ତୃତା ବା ସେହିଭଳି କୌଣସି କାର୍ଯ୍ୟକ୍ରମର ଲାଇଭଷ୍ଟ୍ରିମିଂ ନିଜର ଫେସବୁକ୍‍, ୟୁଟ୍ୟୁବ୍‍ କିମ୍ବା ଟୁଇଟର ପେଜରେ ମଧ୍ୟ କରିପାରିବେ। ଓଡ଼ିଶାଲାଇଭ୍‍ ପକ୍ଷରୁ ଏଥିପାଇଁ ଏଣ୍ଡ-ଟୁ-ଏଣ୍ଡ ସେବା ଯୋଗାଇ ଦିଆଯାଉଛି।

ଆପଣ କରୁଥିବା କୌଣସି ବଡ଼ ସାମାଜିକ ବା ସାଂସ୍କୃତିକ ଆୟୋଜନ ବା ଜନହିତକର କାର୍ଯ୍ୟକ୍ରମର ଲାଇଭ୍‌ଷ୍ଟ୍ରିମିଂ ଓଡ଼ିଶାଲାଇଭ୍‌ର ଲୋକପ୍ରିୟ ୟୁଟ୍ୟୁବ୍‍ ଏବଂ ଫେସବୁକ୍‍ ପେଜରେ ମଧ୍ୟ କରାଯାଇପାରିବ। ତେବେ ଆପଣଙ୍କ ଅନୁରୋଧ କ୍ରମେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମର ରୂପରେଖ, ମାନ ଏବଂ ଅନ୍ୟାନ୍ୟ ଦିଗ ବିଚାରକୁ ନେଇ ଓଡ଼ିଶାଲାଇଭ୍‍ ଟିମ୍‍ ଏ ବାବଦରେ ନିଷ୍ପତି ନେଇଥାଏ।

ଓଡ଼ିଶାଲାଇଭ୍‍ ପକ୍ଷରୁ ଏହି ଲାଇଭଷ୍ଟ୍ରିମିଂ ସେବା ହାଇ-ଡେଫିନିସନ୍‍ ବା ଫୁଲ୍‍ ଏଚ୍‌ଡି କ୍ୱାଲିଟିରେ ଦିଆଯାଉଛି। ତା’ସାଙ୍ଗକୁ ଏକ ସମୟରେ ଏକାଧିକ ସୋସିଆଲ ମିଡିଆ ପେଜରେ (ଯେପରିକି ଫେସବୁକ, ୟୁଟ୍ୟୁବ୍‍ ଓ ଟୁଇଟର ଇତ୍ୟାଦି) ମଧ୍ୟ ଷ୍ଟ୍ରିମିଂ କରାଯାଇପାରିବ ବୋଲି ଓଡ଼ିଶାଲାଇଭ୍‌ର ସିଇଓ ସୂଚନା ଦେଇଛନ୍ତି।

ଯେଉଁ ଅନୁଷ୍ଠାନ ବା କାର୍ଯ୍ୟକ୍ରମ ବେଳେ ଆୟୋଜକମାନେ ଲାଇଭଷ୍ଟ୍ରିମିଂ ସହିତ ଭିଡିଓ ପ୍ରଡକ୍ସନ ସେବା ନେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଓଡ଼ିଶାଲାଇଭ୍‍ ପକ୍ଷରୁ କମ୍ବୋ ପ୍ୟାକେଜ୍‍ ପ୍ରସ୍ତୁତ କରାଯାଇଛି।

ଯଦି ଆପଣ ନିଜର ସୋସିଆଲ ଚ୍ୟାନେଲରେ କିମ୍ବା ଓଡ଼ିଶାଲାଇଭ୍‌ର ମିଡିଆ ପେଜରେ କୌଣସି କାର୍ଯ୍ୟକ୍ରମର ଲାଇଭ୍‍ କରିବାକୁ ଚାହୁଁଥା’ନ୍ତି, ତେବେ ଓଡ଼ିଶାଲାଇଭ୍‍ ମିଡିଆ ଟିମ୍‍ ସହିତ ଯୋଗାଯୋଗ କରିବାକୁ (ceo@odisha.live, 9437069504) ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି।

Live streaming services come to smart city Bhubaneswar

 Not so long ago, LIVE streaming was considered a costly and technical affair. Not so anymore as OdishaLIVE brings LIVE Streaming services to smart city Bhubaneswar. The group provides easy to handle cost effective webcasting facilities for various events and occasions.

 You get the opportunity to LIVE Telecast an event of your Office / organization or any socio cultural function directly on your website and your social media handles. This LIVE streaming service will enable you to make your programme available to audience all over the world via Smartphone, laptop, PC etc.

Digital media Company OdishaLIVE is now providing cross platform LIVE Streaming Services. In public interest, OdishaLIVE also LIVE Streams various programmes and events on its popular social media channels like Facebook, YouTube, Websites etc.

You can LIVE stream any Event, Seminar, Talk, Function or Workshop across platforms like Facebook, YouTube, Twitter, Web etc. OdishaLIVE provides end to end services for the same.

One can also LIVE Stream any big Event, Social or Cultural Programs or other Public Interest activity on OdishaLIVE Web of as well as on OdishaLIVE YouTube and Facebook Pages. Besides LIVE stream, OdishaLIVE also provides Branding and Image Building, Social Media and Media PR, Audio Visual Documentation of events and organizations.

“OdishaLIVE provides LIVE Streaming services in high quality FULL HD video and LIVE streaming across multiple platforms like YouTube LIVE, Facebook LIVE and Twitter LIVE among others” informs OdishaLIVE CEO, Mr. Nilambar Rath.

For the organizers and event managers who would also like to Video Document their event apart from LIVE streaming the same, OdishaLIVE provides a combo of both (LIVE stream+ AV Documentation) the services.

If one wants to LIVE stream their programme on their own social channel or OdishaLIVE social channels, one can contact OdishaLIVE Media Team on the following coordinates (ceo@odisha.live, 9437069504) informs the media.

Comment