ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଘୋଟାଲା ପରେ ଆଉ ଏକ ବ୍ୟାଙ୍କ୍ ଘୋଟାଲା ସାମ୍ନାକୁ ଆାସିଛି।

  • ୩୮୯ କୋଟି ୯୦ ଲକ୍ଷ ଟଙ୍କାର ଠକେଇ
  • ସିବିଆଇ ପକ୍ଷରୁ ମାମଲା ଋଜ୍ଜୁ
  • ହୀରା ବ୍ୟବସାୟ କରୁଥିବା କମ୍ପାନିର ୪ଜଣଙ୍କ ନାଁରେ ମାମଲା

ପିଏନବି ମହାଘୋଟାଲା ଖୋଳତାଡ ଜାରି ରହିଥିବାବେଳେ ଏବେ ଆଉ ଗୋଟିଏ ବ୍ୟାଙ୍କ୍ ଘୋଟାଲା ସାମ୍ନାକୁ ଆସିଛି। ଦିଲ୍ଲୀର ଗ୍ରେଟର ନୋଏଡାରେ ଅବସ୍ଥିତ ଓରିଏଣ୍ଟାଲ୍ ବ୍ୟଙ୍କ୍ ଅଫ୍ କମର୍ସରୁ ୩୮୯ କୋଟି ୯୦ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ଦିଲ୍ଲୀର ଏକ ହୀରା ବ୍ୟବସାୟ କରୁଥିବା କମ୍ପାନି ନାଁରେ ସିବିଆଇ ପକ୍ଷରୁ ମାମଲା ଋଜ୍ଜୁ ହୋଇଛି।

ହରିୟାଣାସ୍ଥିତ ଗୁରୁଗ୍ରାମର ସେକ୍ଟର-୩୨ ସ୍ଥିତ ଓବିସି ବ୍ୟାଙ୍କର ବ୍ରାଞ୍ଚ ଅଫିସରେ ହୋଇଛି ଏହି ମହାଠକେଇ। ଏହି ବ୍ୟାଙ୍କର ଏଜିଏମ୍ ସ୍ତରର ଅଧିକାରୀ ଗତବର୍ଷ ଅଗଷ୍ଟ ୧୬ ତାରିଖରେ ଏହି ମାମଲା ବିଷୟରେ ସିବିଆଇକୁ ଜଣାଇଥିଲେ। ସିବିଆଇ ନିଜ ପକ୍ଷରୁ ଏକ ମାମଲା ଋଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି।

ଘଟଣାର ଗମ୍ଭୀରତାକୁ ଲକ୍ଷ୍ୟ କରି ସିବିଆଇ ଦିଲ୍ଲୀ କରୋଲବାଗସ୍ଥିତ ହୀରା, ସୁନା ଓ ରୂପା ବ୍ୟବସାୟ କରୁଥିବା ଦ୍ୱାରିକା ଦାସ ଇଣ୍ଟରନ୍ୟାସନାଲ କମ୍ପାନି ନାଁରେ ଗୁରୁବାରଦିନ ମାମଲା ରୁଜୁ କରିଛି।

କେସ୍‌ରେ ଦ୍ୱାରିକା ଦାସ ଇଣ୍ଟରନ୍ୟାସନାଲର ୪ ଜଣ ନିର୍ଦ୍ଦେଶକ ସଭ୍ୟ ସେଠ, ରୀତା ସେଠଙ୍କ ସମେତ କୃଷ୍ଣ କୁମାର ସିଂହ ଓ ରବି କୁମାର ସିଂହଙ୍କ ଭଳି ଦୁଇ ଜଣ ସରକାରୀ ଅଧିକାରୀଙ୍କ ନାଁ ରହିଛି । ଘଟଣା ପରେ ସଭ୍ୟ ସେଠ୍ ଦେଶ ଛାଡି ପଳାଇଥିବା ସନ୍ଦେହ କରାଯାଉଛି।

୨୦୦୭ରୁ ଓରିଏଣ୍ଟାଲ୍‌ ବ୍ୟାଙ୍କରୁ ଲୋନ୍ ନେଇ ପ୍ରତିଶୋଧ ନକରିବା ଅଭିଯୋଗ ହୋଇଥିଲା ଏହି କମ୍ପାନି ନାଁରେ।

ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଓରିଏଣ୍ଟାଲ୍ ବ୍ୟାଙ୍କ୍ ପକ୍ଷରୁ ୩୧ ମାର୍ଚ୍ଚ ୨୦୧୪ରୁ ଦ୍ୱାରିକା ଦାସ ଇଣ୍ଟରନ୍ୟାସନାଲ କମ୍ପାନିକୁ ଏନପିଏ ଲିଷ୍ଟରେ ସାମିଲ କରାଯାଇଥିଲା। ତାପରେ ମଧ୍ୟ ଏହି ବ୍ୟାଙ୍କ୍‌ରୁ କମ୍ପାନି କୋଟିକୋଟି ଟଙ୍କାର ଋଣ ନେଉଥିଲା।

Comment