ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଜଣାଶୁଣା ପ୍ରଯୋଜକ ମୁକେଶ ଭଟ୍ଟଙ୍କ ଆଗାମୀ ଫିଲ୍ମ ଆଶିକି-୩ରେ ନଜର ଆସୁଛନ୍ତି ସିଦ୍ଧାର୍ଥ ମାଲହୋତ୍ରା ଓ ଆଲିଆ ଭଟ୍ଟ।

ଆଶିକି-୩ ଫିଲ୍ମ ଜରିଆରେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଓ ‘କପୁର ଆଣ୍ଡ ସନ୍ସ’ ପରେ ପୁଣି ଏକାଠି ଆସୁଛନ୍ତି ସିଦ୍ଧାର୍ଥ ମାଲହୋତ୍ରା ଏବଂ ଆଲିଆ ଭଟ୍ଟ।

ମୁକେଶ ଭଟ୍ଟଙ୍କ ଆଗାମୀ ଫିଲ୍ମ ଆଶିକି-୩ର ଖୁବ୍ ଶିଘ୍ର ସୁଟିଂ ଆରମ୍ଭ ହେବାକୁ ଯାଉଛି।

୨୦୧୩ରେ ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏବଂ ଶ୍ରଦ୍ଧା କପୁର ଓ ଆଦିତ୍ୟ ରୟ କପୁରଙ୍କ ଅଭିନୀତ ଆଶିକୀ-୨ ପରଦାକୁ ଆସିଥିଲା।

ଏହାର ସଫଳତା ପରେ ମୋହିତ ସୁରୀ ଦର୍ଶକଙ୍କୁ ଭେଟି ଦେଉଛନ୍ତି ଆଶିକୀ-୩ ଫିଲ୍ମ। ମ୍ୟୁଜିକାଲ-ରୋମାଣ୍ଟିକ-ଡ୍ରାମା ଫିଲ୍ମ ଆଶିକୀ ରିଲିଜ ହୋଇଥିଲା ୧୯୯୦ ମସିହାରେ ଏବଂ ଧମାକା କରିଥିଲା ବକ୍ସ ଅଫିସରେ।

ପ୍ରଥମଥର ପାଇଁ ସିଦ୍ଧାର୍ଥ, ଭଟ୍ଟ ବ୍ୟାନରରେ କାମ କରିବା ପାଇଁ ଯାଉଛନ୍ତି। “ଆମେ ସମସ୍ତେ ଏହି ଚଳଚ୍ଚିତ୍ରର ଅପେକ୍ଷାରେ ଅଛୁ। ଏଥିରେ କିଛିଟା ବିଳମ୍ବ ହେଉଛି କାରଣ ପ୍ରଥମେ ଲେଖକ ଏବଂ ପ୍ରଯୋଜକଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିବା ଆବଶ୍ୟକ। ଏହା ମୋ ପାଇଁ ମଧ୍ୟ ରହସ୍ୟ ରହିଛି। ତେବେ ଚଳଚ୍ଚିତ୍ରକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। ମୁଁ ପ୍ରଥମ ଥର ପାଇଁ ଭଟ୍ଟ ବ୍ୟାନରରେ କାମ କରିବା ପାଇଁ ଯାଉଛି”, କହିଛନ୍ତି ସିଦ୍ଧାର୍ଥ।

ଦୁହେଁ ଏକା ସାଙ୍ଗରେ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ସେଥିପାଇଁ ଦର୍ଶକ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି ଏହି ସିନେମାକୁ।

ସିଦ୍ଧାର୍ଥଙ୍କ ଅଭିନୀତ ପୂର୍ବ  ୩ଟି ସିନେମା ‘ଏ ଜେଣ୍ଟଲମ୍ୟାନ’, ‘ଇତ୍ତେଫାକ’ ଓ ‘ଅୟାରୀ’ ବକ୍ସ ଅଫିସରେ କମାଲ କରିପାରି ନଥିଲା।

ଆଶିକ୍-୩ ଚଳଚ୍ଚିତ୍ର ସିଦ୍ଧାର୍ଥଙ୍କ କ୍ୟାରିୟର୍ ପାଇଁ ଟର୍ଣ୍ଣିଂ ପଏଣ୍ଟ୍ ହେବ।

LEAVE A REPLY

Please enter your comment!
Please enter your name here