ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ
  • ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଲେଖିଲେ ଚିଠି
  • ଲୋକସଭାରେ ବୈଜୟନ୍ତଙ୍କ ସିଟ୍ ଅଲଗା କରାଯାଉ
  • ବିଜେଡି ସାଂସଦଙ୍କ ସହ ସେ ବସିପାରିବେନି ଦର୍ଶାଇଲେ ଭର୍ତ୍ତୃହରି

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ଗୃହ ବିଭାଗ ଷ୍ଟାଣ୍ଡିଂ କମିଟିରୁ ବୈଜୟନ୍ତଙ୍କୁ ହଟାଇବା ପାଇଁ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଚିଠି ଲେଖିଛନ୍ତି। ତାଙ୍କ ସ୍ଥାନରେ ଦଳର ଆଉ ଜଣେ ସାଂସଦଙ୍କୁ କମିଟିରେ ସଦସ୍ୟ କରିବାକୁ ବିଜେଡି ପକ୍ଷରୁ କୁହାଯାଇଛି।

ବୈଜୟନ୍ତ ବିଜେଡିରୁ ନିଲମ୍ବିତ ହୋଇଥିବାରୁ ତାଙ୍କୁ ଅଲଗା ସିଟ୍‌ରେ ବସିବା ପାଇଁ ଅନୁମତି ଦେବା ପାଇଁ ଭର୍ତ୍ତୃହରି ଚିଠିରେ ଉଲ୍ଲେଖ କରିଛନ୍ତି।

୨୪ ଜାନୁଆରୀ ୨୦୧୮ରେ ଦଳ ବିରୋଧୀ କାମ କରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହୋଇଛନ୍ତି ବୈଜୟନ୍ତ। ଏହି ଆଧାରରେ ବୈଜୟନ୍ତଙ୍କ ବସିବା ସ୍ଥାନ ବଦଳାଇବା ସହ ଷ୍ଟାଣ୍ଡିଂ କମିଟି ସଦସ୍ୟ ପଦରୁ ହଟାଇବା ପାଇଁ ବିଜେଡି ଦାବି କରିଛି।

ଦୁଇ ଦିନ ତଳେ ନବୀନ ନିବାସରେ ଆୟୋଜିତ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସାଂସଦମାନଙ୍କୁ ତାଗିଦ କରିଥିଲେ। ଯିଏ ଯେଉଁ କମିଟିରେ ଅଛନ୍ତି ସେମାନେ ଇସ୍ତଫା ଦିଅନ୍ତୁ ବୋଲି ନବୀନ କହିଥିଲେ। ହେଲେ ଦୁଇ ଦିନ ପରେ ନବୀନ ମତ ବଦଳାଇଛନ୍ତି। କମିଟିର ଇସ୍ତଫା ନଦେବା ପାଇଁ ସାଂସଦମାନଙ୍କୁ ନବୀନ କହିଛନ୍ତି।

ଏହାପରେ ସଂସଦୀୟ ଦଳ ନେତା ଭର୍ତ୍ତୃହରି ବୈଜୟନ୍ତଙ୍କୁ ଗୃହ ବ୍ୟାପାର ଷ୍ଟାଣ୍ଡିଂ କମିଟିରୁ ହଟାଇବା ପାଇଁ ଲୋକସଭା ପାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଛନ୍ତି। ବୈଜୟନ୍ତ ଏବେ ଗୃହ ବ୍ୟାପାର ଏବଂ କର୍ପୋରେଟ୍ ବ୍ୟାପାର କନ୍ସଲ୍‌ଟିଭ୍ କମିଟିର ସଦସ୍ୟ ଅଛନ୍ତି।

Comment