ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା ପାଇଲଟ୍ ନିଯୁକ୍ତି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା। ବିଶ୍ୱସ୍ତରରେ ପେସାଦାର ମହିଳା ପାଇଲଟଙ୍କ ହାରାହାରି ନିଯୁକ୍ତି ହାର ୫.୪ ପ୍ରତିଶତ ରହିଥିବା ଭାରତରେ ଏହା ୧୨ ପ୍ରତିଶତ।

ନିଜ ଦକ୍ଷତା ବଳରେ ଭାରତୀୟ ମହିଳା ସମଗ୍ର ବିଶ୍ଵରେ ନାଁ କମେଇଛନ୍ତି। ଦେଶରେ ମହିଳାମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ତାହାର ସୁଫଳ ଏବେ ଦେଖିବାକୁ ମିଳିଛି।

ପେସାଦାର ମହିଳା ପାଇଲଟ୍‌ଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଭାରତର ସ୍ଥାନ ସମଗ୍ର ବିଶ୍ୱରେ ଏକ ନମ୍ବର। ଭାରତରେ ବର୍ତ୍ତମାନ ୧୦ହଜାର ପେସାଦାର ପାଇଲଟ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୨ ପ୍ରତିଶତ ହେଉଛନ୍ତି ମହିଳା।

ବିଶ୍ୱ ସ୍ତରରେ ପେସାଦାର ମହିଳା ପାଇଲଟଙ୍କ ହାରାହାରି ନିଯୁକ୍ତି ହାର ୫.୪ ପ୍ରତିଶତ ରହିଥିବା ଭାରତରେ ଏହା ୧୨ ପ୍ରତିଶତ।

୧୯୫୬ ମସିହାରେ ଇଣ୍ଡିଆନ୍‌ ଏୟାରଲାଇନ୍‌ସରେ ପ୍ରଥମ ପେସାଦାର ମହିଳା ପାଇଲଟ ଭାବେ ଦୁର୍ବା ବାନାର୍ଜୀ ନିଯୁକ୍ତି ପାଇଥିବା ବେଳେ ୨୦୧୮ରେ ଇଣ୍ଡିଆନ୍‌ ଏୟାରଲାଇନ୍‌ସରେ ପେସାଦାର ମହିଳା ପାଇଲଟଙ୍କ ସଂଖ୍ୟା ଆସି ପହଞ୍ଚିଛି ୧୨୦୦ରେ।

ଦୁର୍ବା ବାନାର୍ଜୀ ଯେତେବେଳେ ପେସାଦାର ପାଇଲଟ ଲାଇସେନ୍ସ ପାଇଁ ଆବେଦନ କଲେ, ସେତେବେଳେ ତତ୍କାଳୀନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବା ହୁମାୟୁନ୍‌ କବିର ତାଙ୍କୁ ପାଇଲଟ ପରିବର୍ତ୍ତେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଭାବେ ନିଯୁକ୍ତି ନେବାକୁ ପରାମର୍ଶ ଦେଇଥିଲେ।

ଏବେର ପରିସ୍ଥିତି ବଦଳି ଯାଇଛି। ଆଗରୁ ମହିଳାମାନେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ହେବାକୁ ଆଗ୍ରହୀ ଥିବାବେଳେ ଏବେ ପାଇଲଟ୍‌ ସାଜି କକ୍‌ପିଟ ନିୟନ୍ତ୍ରଣ କରିବାକୁ ଅଧିକ ମାତ୍ରାରେ ଆଗ୍ରହ ପ୍ରକାଶ କରୁଛନ୍ତି।

Comment