ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଏମ୍ସର ଡାକ୍ତରୀ ଛାତ୍ର ସୋହେଲ ଅଜାଜଙ୍କ ନିଖୋଜ ଘଟଣାରେ ଦିଲ୍ଲୀ ଯାଇଛନ୍ତି କମିଶନରେଟ ପୋଲିସର ଏକ ତିନି ଜଣିଆ ଟିମ।

ଦିଲ୍ଲୀସ୍ଥିତ ନିଜ ସମ୍ପର୍କୀୟଙ୍କ ଘରେ ସୋହେଲ ଅଜାଜ ଥିବା ସୂଚନା ପାଇ ଗୁରୁବାରଦିନ ଦିଲ୍ଲୀ ଯାଇଛି କମିଶନରେଟ ପୋଲିସର ତିନିଜଣିଆ ଟିମ। ନିଖୋଜ ଛାତ୍ରଙ୍କ ପିତା ଦେଇଥିବା ସୂଚନା ଆଧାରରେ ଦିଲ୍ଲୀ ନିକଟ ଗୁରୁଗ୍ରାମରେ ଖୋଳତାଡ଼ କରିବ କମିଶନରେଟ ପୋଲିସର ଟିମ ।

ଗୁରୁଗ୍ରାମରେ ନିଖୋଜ ସୋହେଲଙ୍କୁ ଏକ ସୁରକ୍ଷାକର୍ମୀ ଦେଖିଥିବା ନେଇ ଗଣମାଧ୍ୟମର ଖବର ପ୍ରକାଶ ପାଇଥିଲା। ଏହାପରେ ସୋହଲଙ୍କ ପିତାଙ୍କଠାରୁ ସୂଚନା ପାଇ ଦିଲ୍ଲୀ ଯାଇଛି କମିଶନରେଟ ପୋଲିସ।

କିଛିଦିନ ତଳେ ବରମୁଣ୍ଡା ବସଷ୍ଟାଣ୍ଡ ଓଭରବ୍ରିଜ୍ କାନ୍ଥରେ ସିପିଆଇ ମାଓବାଦୀ ନାଁରେ ଲାଗିଥିବା ଏହି ପୋଷ୍ଟରରେ ସୋହେଲଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ ଥିଲା।

ସୋହେଲ ଅଜାଜଙ୍କ ନିଖୋଜ ପଛରେ ମାଓବାଦୀଙ୍କ ହାତ ନେଇ ଖବର ଆସିବା ପରେ ଜାମ୍ମୁ-କାଶ୍ମିର ମୁଖ୍ୟମନ୍ତ୍ରୀ ଏନେଇ ଚିନ୍ତା ପ୍ରକଟ କରିଥିଲେ। ତୁରନ୍ତ ସୋହେଲଙ୍କୁ ଖୋଜିବା ପାଇଁ ଓଡିଶା ସରକାରଙ୍କୁ ଟୁଇଟରରେ ଅପିଲ କରିଛନ୍ତି ମେହବୁବା ମୁଫତି।

ମୁଫତିଙ୍କ ଟୁଇଟ ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ସୋହେଲଙ୍କୁ ଖୋଜିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ରିଟୁଇଟରେ କୁହାଯାଇଥିଲା।

ଫେବ୍ରୁଆରି ୯ ତାରିଖରୁ ଜାମ୍ମୁ ଓ କାଶ୍ମୀର କୁପୱାଡ଼ା ଜିଲ୍ଲାର ସୋହେଲ୍ ଅଜାଜଙ୍କ କୌଣସି ପତ୍ତା ମିଳୁନାହିଁ। ନିଖୋଜ ପୂର୍ବଦିନ ନିଜ ହଷ୍ଟେଲ୍‌ ସାଙ୍ଗସାଥିଙ୍କୁ କୌଣସି ଜଣେ ସମ୍ପର୍କୀୟଙ୍କ ବିବାହରେ ସାମିଲ ହେବାକୁ କହି ଯାଇଥିଲେ ସୋହେଲ। ତା’ପରଠୁ ତାଙ୍କ ପରିବାର କିମ୍ବା ସାଙ୍ଗସାଥିଙ୍କ ସହ କୌଣସି ଯୋଗାଯୋଗ କରି ନାହାନ୍ତି। ଏସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷ ଫେବ୍ରୁଆରି ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ସୋହେଲଙ୍କ ନିଖୋଜ ହେବା ବିଷୟରେ ଓଡ଼ିଶା ସହ ଜାମ୍ମୁ ଓ କାଶ୍ମିର ଓ ପଶ୍ଚିମବଙ୍ଗ ପୋଲିସ୍ ତଦନ୍ତ କରୁଛି।

Comment