ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ବିପ୍ଲବ ଦେବ ଶପଥ ନେଇଛନ୍ତି। ଶପଥଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ତ୍ରିପୁରାରେ ବାମଗଡ ଧ୍ୱସ୍ତ ହେବା ପରେ ପ୍ରଥମଥର ଲାଗି ରାଜ୍ୟରେ ବିଜେପି ସରକାର ଗଢିଛି। ତ୍ରିପୁରା ବିଜେପିର ସଭାପତି ବିପ୍ଲବ କୁମାର ଦେବ ଶୁକ୍ରବାରଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଅଗରତାଲାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ସଭାପତି ଅମିତ ଶାହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନି ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ଥିଲେ।

ତ୍ରିପୁରାର ଉପମୁଖ୍ୟମନ୍ତ୍ରୀ ଭାବେ ଜିଷ୍ଣୁ ଦେବ ବର୍ମନ ଓ ୯ ବିଧାୟକ ମନ୍ତ୍ରୀଭାବେ ଶପଥ ନେଇଛନ୍ତି।

୨୫ ବର୍ଷର ବାମପନ୍ଥୀ ସରକାରଙ୍କ ପତନ ଘଟାଇ ପ୍ରଥମ ଥର ଲାଗି ରାଜ୍ୟରେ ବିଜେପି କ୍ଷମତାସୀନ ହୋଇଛି। ୬୦ ଆସନ ବିଶିଷ୍ଠ ବିଧାନସଭାରେ ବିଜେପିକୁ ୩୫ଟି ଆସନ ମିଳିଥିବାବେଳେ ସହଯୋଗୀ ଆଇପିଏଫଟି ୮ଟି ଆସନ ପାଇଛି।

Comment