ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭା ପାଇଁ ୩ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡ଼ିର ୩ ପ୍ରାର୍ଥୀ। ଦିନ ୧୨ଟା ବେଳେ ସମସ୍ତ ପ୍ରାର୍ଥୀ ଏବଂ ପ୍ରସ୍ତାବକ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥୀମାନେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର।

ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ସହ ବିଜେଡିରେ ମିଶିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ପ୍ରଥମେ ପ୍ରଶାନ୍ତ ନନ୍ଦ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଦ୍ଵିତୀୟରେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଶେଷରେ ଅଚ୍ୟୁତ ସାମନ୍ତ ରିଟର୍ଣ୍ଣି ଅଫିସରଙ୍କ ନିକଟରେ ନିଜନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ରାଜ୍ୟସଭା ସଦସ୍ୟ ଥିବା ଅନଙ୍ଗ ଉଦୟ ସିଂଦେଓ, ଏ ଭି ସ୍ୱାମୀ ଏବଂ ଦିଲୀପ କୁମାର ତିର୍କିଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ଶେଷ ହେଉଛି।

ଏମାନଙ୍କ ସ୍ଥାନରେ ଖାଲି ହେଉଥିବା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଛି। ତେବେ ସଂଖ୍ୟା ଦୃଷ୍ଟିରୁ ବିଜେଡି ନିକଟରେ ଆବଶ୍ୟକୀୟ ବିଧାୟକ ଥିବାରୁ ୩ଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ ହୋଇଯାଇଛି।

Keywords: #BJD #NaveenPatnaik #Politics #OdishaPolitics #RajyaSabhaPolitics

Comment