ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଷ୍ଟର ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ଆଉ ଏକ ଇତିହାସ ରଚିଛନ୍ତି। ସଚିନଙ୍କ କ୍ରୀଡ଼ା ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ସଚିନ: ଏ ବିଲିଅନ୍ ଡ୍ରିମ୍ସ’ ଚଳିତବର୍ଷ ଆକୋଲେଡ୍ ବିଶ୍ଵ ଚଳଚ୍ଚିତ୍ର ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି।

ଭାରତୀୟ କ୍ରିକେଟରେ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଲୋକପ୍ରିୟତା ଏବେ ବି କମିନାହିଁ। ସଚିନ୍‌ଙ୍କ କ୍ରୀଡ଼ା ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ସଚିନ: ଏ ବିଲିଅନ୍ ଡ୍ରିମ୍ସ’ ଚଳିତବର୍ଷ ଆକୋଲେଡ୍ ବିଶ୍ବ ଚଳଚ୍ଚିତ୍ର ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି।

ଗତବର୍ଷ ମୁକ୍ତିଲାଭ କରିଥିବା ‘ସଚିନ: ଏ ବିଲିଅନ୍‌ ଡ୍ରିମ୍ସ’ର ନିର୍ଦ୍ଦେଶନା ଜେମ୍ସ ଏରସକାଇନ୍‌ ଦେଇଥିଲେ। ମେ ୧୬, ୨୦୧୭ରେ ଏହି ଚଳଚ୍ଚିତ୍ର ପାଞ୍ଚଟି ଭାଷା ହିନ୍ଦି, ଇରାଜୀ, ମରାଠୀ, ତାମିଲ ଓ ତେଲୁଗୁରେ ମୁକ୍ତିଲାଭ କରିଥିଲା।

ଦିନେ ବିଶ୍ଵ କ୍ରିକେଟରେ ରାଜ୍ କରିଥିବା ସଚିନ୍ କ୍ରିକେଟରୁ ସନ୍ୟାସ ନେବା ପରେ ବି ଦେଶ ବିଦେଶରେ ତାଙ୍କ ଲୋକପ୍ରିୟତା ବଜାୟ ରହିଛି।

ପରଦାରେ ସଚିନଙ୍କ ଏହି ସଫଳତାରେ ତାଙ୍କ ପ୍ରଶଂସକ ବେଶ୍ ଖୁସି ହୋଇଛନ୍ତି। ସୋସିଆଲ୍ ମିଡିଆରେ ସଚିନଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ପ୍ରଶଂସକ। ପଡ଼ିଆ ଭିତରେ ହେଉ କି ବାହାରେ ସଚିନ୍ ଅସଲ ରକ୍‌ଷ୍ଟାର୍ ବୋଲି କହିଛନ୍ତି ପ୍ରଶଂସକ।

 

Comment