ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା-ଝାରସୁଗୁଡ଼ା-ସମ୍ବଲପୁରବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା-ସମ୍ବଲପୁର ଏକ୍ସପ୍ରେସ୍ ୱେକୁ ଲୋକାର୍ପଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଯାଇଛନ୍ତି। ପଞ୍ଚପଡ଼ା ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ରାଉରକେଲା-ଝାରସୁଗୁଡ଼ା-ସମ୍ବଲପୁରବାସୀଙ୍କୁ ଭେଟି ଦେଇଛନ୍ତି।
ପଞ୍ଚପଡ଼ା ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ରାଉରକେଲା-ସମ୍ବଲପୁର ଏକ୍ସପ୍ରେସ୍ ୱେକୁ ଲୋକାର୍ପଣ କରିଛନ୍ତି। ୧୬୩ କି ମି ରାସ୍ତା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ପଶ୍ଚିମ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବା ପାଇଁ ଏହି ବିଜୁ ଏକ୍ସପ୍ରେସ୍ ୱେ ନିର୍ମାଣ କରାଯାଉଛି। କୋରାପୁଟରୁ ରାଉରକେଲା ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଚାରି ଲେନ୍ ବିଶିଷ୍ଟ ଏକ୍ସପ୍ରେସ୍ ୱେର ଏହା ଅଂଶବିଶେଷ।
ଏକ୍ସପ୍ରେସ୍ ୱେ ୬୫୦ କି ମି ପର୍ଯ୍ୟନ୍ତ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରାସ୍ତା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁରଏବଂ କୋରାପୁଟକୁ ସଂଯୋଗ କରିବ। ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୩ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।