ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ାର ବନହରପାଲିସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନର (ଓପିଜିସି) ପାଉଁଶ ପୋଖରୀ ଭୁଶୁଡ଼ି ପଡ଼ିଛି। ଏଥିରେ ୨୦ ଫୁଟ ଚଉଡ଼ାର ଘାଇ ସୃଷ୍ଟି ହୋଇ ଆଖପାଖ ଅଞ୍ଚଳରେ ପାଉଁଶ ମାଡ଼ିଯାଇଛି। ବହୁତ ଚାଷଜମିରେ ପାଉଁଶ ମିଶା ପାଣି ପଶି ଅନେକ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ଶନିବାର ସକାଳେ ବନହରପାଲିସ୍ଥିତ ଓପିଜିସିର ୩ ନମ୍ବର ପାଉଁଶ ପୋଖରୀ ହଠାତ ଭୁଶୁଡ଼ି ପଡ଼ିଥିଲା। ଏଥିରୁ ପାଉଁଶ ପାଣି ବାହାରି କଣ୍ଟାଟିକ୍ରା ଓ ଶରଧାପାଲି ଗାଁରେ ଥିବା ଚାଷ ଜମିରେ ମାଡ଼ି ଯାଇଥିଲା। ଘଟଣାରେ ୩ଟି ଗାଁର ଏକର ଏକର ଚାଷ ଜମି ନଷ୍ଟ ହୋଇଛି।

ପାଉଁଶ ପୋଖରୀ ଭାଙ୍ଗିବାକୁ ନେଇ ଆଖପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିଛିଦିନ ହେବ ଉକ୍ତ ପାଉଁଶ ପୋଖରୀରୁ ପାଣି ଲିକ୍ ହେଉଥିଲା। ଏନେଇ ଓପିଜିସି କର୍ତ୍ତୃପକ୍ଷଙ୍କୁ ଜଣାଥିଲେ ମଧ୍ୟ ଏହାକୁ ମରାମତି କରାଯାଇ ନଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଓପିଜିସି ପକ୍ଷରୁ ପାଉଁଶ ପୋଖରୀର ଭାଙ୍ଗିଥିବା ହିଡ଼କୁ ମରାମତି କରିବା ଆରମ୍ଭ ହୋଇଛି। ବର୍ତ୍ତମାନ ଓପିଜିସିର ଅଧିକାରୀମାନେ କ୍ଷୟକ୍ଷତିର ଆକଳନ କରୁଛନ୍ତି।

Tags: #AshPondTragedy #OPGC #Jharsuguda

LEAVE A REPLY

Please enter your comment!
Please enter your name here