ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାକୁ ମିଳିଛି ‘ବେଷ୍ଟ ଏକ୍ସପୋର୍ଟର’ ପୁରସ୍କାର। ଆର୍ଥିକବର୍ଷ ୨୦୨୦-୨୧ ଏବଂ ୨୦୨୧-୨୨ରେ ଆଲୁମିନିୟମ ରପ୍ତାନି କ୍ଷେତ୍ରରେ ଉଲ୍ଳେଖନୀୟ ପ୍ରଦର୍ଶନ ଲାଗି କମ୍ପାନିକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଇଛି। ରାଜ୍ୟ ଶିଳ୍ପ, ଏମଏସଏମଇ ଓ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ପୁରସ୍କାର ପ୍ରଦାନ କରିଥିଲେ।

“ବେଦାନ୍ତ ଆଲୁମିନିୟମ ଭାରତରେ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଅଗ୍ରଣୀ କମ୍ପାନି। ଦେଶର ଏକ ତୃତୀୟାଂଶରୁ ଅଧିକ ଆଲୁମିନିୟମ କମ୍ପାନି ଦ୍ଵାରା ଉତ୍ପାଦନ କରାଯାଉଛି। ଓଡ଼ିଶା ସରକାରଙ୍କ ପକ୍ଷରୁ କମ୍ପାନିକୁ ଏହି ସମ୍ମାନଜନକ ଶ୍ରେଷ୍ଠ ରପ୍ତାନୀକାରୀ ପୁରସ୍କାର ମିଳିବା ଅତି ଗର୍ବର ବିଷୟ। ରାଜ୍ୟର ଅଗ୍ରଗତିରେ ନିଜ କାର୍ଯ୍ୟକୁ ଆହୁରୀ ତ୍ୱରାନ୍ୱିତ କରିବାକୁ ଏହା ଆମକୁ ପ୍ରେରଣା ଯୋଗାଇବ”, କହିଛନ୍ତି ବେଦାନ୍ତ ଆଲୁମିନିୟମର ସିଓଓ ସୁନିଲ ଗୁପ୍ତା।

ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ପ୍ଲାଣ୍ଟର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ୧.୮ ମିଲିୟନ ଟନ କ୍ଷମତା ବିଶିଷ୍ଟ ଏହା ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ପ୍ଲାଣ୍ଟ। ଏହାର ଉତ୍ପାଦଗୁଡ଼ିକ ବହୁ ଅତ୍ୟାଧୁନିକ ସାମଗ୍ରୀ ସହ ଏରୋସ୍ପେଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନିର୍ମାଣ ପାଇଁ ବ୍ୟବହାର ହେଉଛି।

ଏବେ ସୁଦ୍ଧା କମ୍ପାନି ପକ୍ଷରୁ ୬୦ଟି ଦେଶକୁ ଆଲୁମିନିୟମ ରପ୍ତାନି କରାଯାଉଛି। ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାପୂର୍ବରୁ ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ମଧ୍ୟ ଅଧିକ ଆଲୁମିନିୟମ ରପ୍ତାନି ପାଇଁ ବେଦାନ୍ତ ଆଲୁମିନିୟମକୁ ପୁରସ୍କୃତ କରାଯାଇଥିଲା।   

Tags: #VedantaAluminium #BestExporterAward #AluminiumExport #Jharsuguda #India

LEAVE A REPLY

Please enter your comment!
Please enter your name here