ଓଡ଼ିଶାଲାଇଭ୍ ବ୍ୟୁରୋ

ଅନିର୍ଦ୍ଦିଷ୍ଟ ଦିନ ଧରି ଚାଲିଥିବା ବସ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘର ଦାବିକୁ ପୂରଣ କରିବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର ହୋଇଛି।

ରାଜ୍ୟରେ ବସ ଧର୍ମଘଟ ପ୍ରତ୍ୟାହାର ପାଇଁ ଘରୋଇ ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବସିଥିବା ବୈଠକ ପରେ ବସ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି।

ଘରୋଇ ବସ୍ ମାଲିକ ସଂଘ ବିଭିନ୍ନ ଦାବି ସରକାରଙ୍କ ପାଖରେ ରଖିଥିଲା। ସିଟି ବସ ଚଳାଚଳ ବନ୍ଦ ପାଇଁ ମୁଖ୍ୟ ଦାବି ଥିଲା।

ଅପରାହ୍ନରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସରକାର ବସ୍‌ ସଂଘ ଦାବି ମାନିବାକୁ ତିନି ମାସ ସମୟ ନେଇଛନ୍ତି। ଏଥିପାଇଁ ଦିନେ ଦୁଇ ଦିନ ମଧ୍ୟରେ କମିଟି ଗଠନ ହେବ। ଏଥିରେ ୧୦ରୁ ୧୨ ଜଣ ସଦସ୍ୟ ରହିବେ। ଘରୋଇ ବସ୍ ମାଲିକ ସଂଘରୁ ୫ଜଣ ସଦସ୍ୟ ରହିଛନ୍ତି ।

“ସମସ୍ୟା ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଦିନେ ଦୁଇ ଦିନ ମଧ୍ୟରେ କମିଟି ଗଠନ ହେବ। ୩ ମାସ ଭିତରେ କମିଟି ନିଷ୍ପତି ନିଆଯିବ”, କହିଛନ୍ତି ପରିବହନ ମନ୍ତ୍ରୀ ନୃଶିଂହ ସାହୁ।

“ସରକାର ଆମ ଦାବି ମାନିନେଇଛନ୍ତି। ସମସ୍ୟାର ସମାଧାନ ପାଇଁ ଆଶ୍ଵାସନା ମଧ୍ୟ ଦେଇଛନ୍ତି। ଆଶା କରୁଛୁ ସରକାର ଆମ ଦାବି ଖୁବ୍‌ଶିଘ୍ର ମାନିନେବେ” କହିଛନ୍ତି ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ।

Comment